
ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ
___ ଓଡିଶାର ନୈବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁଁ ସାରା ଓଡିଶାର ପୁରପଲ୍ଲୀରେ ଏହି ଉତ୍ସବ ପାଳନ ହେଉଥିବା ବେଳେ ଆଳିର ଗିରିବନ୍ଦ ଗ୍ରାମର ଆରାଧ୍ୟ ଦେବୀ ଲକ୍ଷ୍ମୀ ନାରାୟଣଙ୍କ ପିଠରେ ବୋଇତ ବନ୍ଦାଣ କମିଟି ପକ୍ଷରୁ ବୋଇତ ବନ୍ଦାଣ ମହୋତ୍ସବ ବେଶ୍ ଯାକଯକମରେ ପାଳିତ ହୋଇଯାଇଛି।ପ୍ରଥମେ ଲକ୍ଷ୍ମୀ ନାରାୟଣୀ ଙ୍କ ପୁଜ୍ଜାଜନା କରାଯିବା ସହ ସାଧବ ମାନଙ୍କ ଦ୍ବାରା ମା’ଙ୍କ ମନ୍ଦିର ସନ୍ନିକଟ ପୁଷ୍କରିଣୀ ରେ ବୋଇତ ଭଷାଣ ପରେ ନୈବାଣିଜ୍ୟ ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ସହ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅବସରପ୍ରାପ୍ତ ବରିଷ୍ଠ କୃଷି ଉପନିର୍ଦ୍ଦେଶକ ଧରଣିଧର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସଂପାଦକୀୟ ବିବରଣୀ ପାଠ କରିଥିଲେ ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷକ ନରହରି ପାତ୍ର। ସମ୍ମାନୀତ ଅତିଥି ଭାବେ ପଦ୍ମ ଲୋଚନ ରାଉତ। ଶିକ୍ଷାବିତ କରୁଣାକର ସାମଲ ପ୍ରମୁଖ ଯୋଗଦେଇ ଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ସମାଜସେବୀ ତଥା ପରୋପକାରୀ ଉତ୍ତମ ଚରଣ ପାତ୍ର। ଏହି ଅବସରରେ ଚନ ପରିଡ଼ା,ବଙ୍ଗାଳୀ ସାମଲ, କୃଷ୍ଣଚନ୍ଦ୍ର ସାମଲ, ପ୍ରହ୍ଲାଦ ପାତ୍ର,ଅକ୍ରୁର ବେହେରା ,ସାଧୁ ଚରଣ ବେହେରା, ଦଶରଥ ସାମଲଙ୍କୁ ସମ୍ମାନିତ କରାଯାଇଥିଲା।



