ବେଟିଂ ଆପ୍ ଆର୍ଥିକ ଅନିୟମିତତା ମାମଲାରେ ଫସିଗଲେ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧାଓ୍ବନ। ପ୍ରବ’ର୍ତ୍ତନ ନିର୍ଦେଶାଳୟ (ଇଡି) ଏହି ମାମଲାରେ ଉଭୟଙ୍କର ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଗୁରୁବାର ଆଟାଚ କରିଛି। ଜବତ ସମ୍ପତ୍ତି ମଧ୍ୟରେ ରୈନାଙ୍କର ୬ କୋଟି ୬୪ ଲକ୍ଷ ଏବଂ ଧାଓ୍ବନଙ୍କର ୪ କୋଟି ୫୦ ଲକ୍ଷ ରହିଛି।
ବେଆଇନ ବେଟିଂ ଆପ୍ (1xBet) ଦୁର୍ନୀତିରେ ଉଭୟଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୂର୍ବରୁ ଇଡି ପକ୍ଷରୁ ସେମାନଙ୍କୁ ଜେରା କରାଯାଇଥିଲା।ଉଭୟଙ୍କ ଏହି ସ୍ଥାବର ସମ୍ପତ୍ତି ଆଟଚ କରାଯିବା ନେଇ ଇଡି ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି। ଆର୍ଥିକ ଅନିୟମିତତା ନିରୋଧ ଆଇନ (ପିଏମଏଲଏ) ଅଧୀନରେ ଏହି ଆଦେଶନାମା ଜାରି ହୋଇଛି। ଉଭୟ କ୍ରିକେଟର ଜାଣିଶୁଣି ଏହି ବେଆଇନ ଆପ୍ର ପ୍ରଚାରପ୍ରଚାର ପାଇଁ ନିଜକୁ ଚୁକ୍ତିବଦ୍ଧ କରିଥିଲେ ବୋଲି ଇଡି ତଦନ୍ତରୁ ଜାଣିବାକୁ ପାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)