ହିନ୍ଦୋଳ କଲ୍ୟାଣ ସଂଗଠନର ଜଙ୍ଗଲ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ
ହିନ୍ଦୋଳ -ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସ୍ଥିତ ହିନ୍ଦୋଳ କଲ୍ୟାଣ ସଂଗଠନ ଭୁବନେଶ୍ୱର ପକ୍ଷରୁ ଆଜି ଓଡାପଡା ବ୍ଲକ ଅନ୍ତର୍ଗତ ଵଦାଳୁ ସ୍ଥିତ ଲଷ୍ମୀପ୍ରିୟା ହାଇସ୍କୁଲ ଠାରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ସମିଳନୀ କକ୍ଷରେ ଏକ ସଚେତନତା ସଭା ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁଙ୍କ ସଭାପତିତ୍ୱ ରେ ପରିବେଷବିତ ତଥା କଲ୍ୟାଣ ସଂଗଠନ ଆଜୀବନ ସଭ୍ୟ ରତିକାନ୍ତ ଗଡ଼ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ର ବରିଷ୍ଠ ଶିକ୍ଷାବିତ ଶ୍ରୀ ଲଷ୍ମୀଧର ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପରିବେଷବିତ ଅମ୍ବିକା ଶତପଥୀ ସଂମ୍ମାନିତ ବକ୍ତା ଭାବେ ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣି ସଂମ୍ମାନିତ ଅତିଥି ଭାବେ ଆଜୀବନ ସଭ୍ୟ ପ୍ରହଲ୍ଲାଦ ସାମଲ,ସୁନୀଲ ବାରିକ, ରବୀନ ବାରିକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ସହ ସମସ୍ତ ଛାତ୍ରଛାତ୍ରୀ ଅନ୍ୟୁନ ଦଶ ଗୋଟି ଚାରା ରୋପଣ କରି ବଞ୍ଚିବା ପାଇଁ ଯତ୍ନ ନେବାକୁ ଆହ୍ୱାନ କରିଥିଲେ।ସ୍କୁଲ ଶିକ୍ଷକ ସନ୍ତୋଷ ମହାପାତ୍ର, ରଶ୍ମିବାଳା ଦେହୁରୀ, ପର୍ଶୁରାମ ସାହୁ,କର୍ମଚାରୀ କୀର୍ତନ ମହାଖୁଡ଼ କାର୍ଯକ୍ରମ ରେ ସହଯୋଗ କରିଥିଲେ। ଆଜୀବନ ସଭ୍ୟ ଅକ୍ଷୟ କୁମାର ପାଳ, ଶଙ୍କର୍ଷଣ ପାଳ ସମସ୍ତ କାର୍ଯକ୍ରମ କୁ ପରିଚାଳନା କରିଥିଲେ।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



