ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି।ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି। ପାରିବାରିକ ବିବାଦ ମାମଲାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତି ବଦଳରେ ୪,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।ଟ୍ରାପ ପରେ ସୋମନାଥଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ।

August 12, 2026/
No Comments


