ଏସ୍ଏମ୍ଡିଆର ଆଇନ ୨୦୨୬କୁ ରଦ୍ଦ ପାଇଁ ପ୍ରତିବାଦ

ଢେଙ୍କାନାଳ, ୨୫/୮: ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଓ ମିଳିତ ସାମୁଖ୍ୟ ପକ୍ଷରୁ ଆଜି ଏସ୍ଏମ୍ଡିଆର୍ ଆଇନ୍ ୨୦୨୬କୁ ରବ୍ଦ ପାଇଁ ଏକ ବିରାଟ ପ୍ରତିବାଦ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟ ଗାନ୍ଧୀ ମନ୍ଦିର ଠାରୁ ଜିଲ୍ଲା ସଭାପତି ଛବିରାଜ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏକ ପଦଯାତ୍ରାରେ ଆସି କାର୍ଯ୍ୟକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ କଂଗ୍ରେସ୍ ଓ ମିଳିତ ସାମୁଖ୍ୟର ବକ୍ତାମାନେ କେନ୍ଦ୍ର ସରକାରଙ୍କ ଏଭଳି କଳା ଆଇନ୍କୁ ତୀବ୍ର ପ୍ରତିବାଦ କରିବା ସହ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ । ଏହି ଅବସରରେ ଓଡିଶା ବିଜେପିର ୨୦ଜଣ ସାଂସଦଙ୍କ କୁଶପୂତଳିକା ଦାହ କରାଯାଇଥିଲା । ଗତ ଲୋକସଭା ଓ ରାଜ୍ୟ ସଭାରେ ଖଣିଜ ଦ୍ରବ୍ୟ ବ୍ୟବହାର ଓ ଉତୋଳନ ଇତ୍ୟାଦି ସମ୍ପର୍କରେ ୨୦୨୪ମସିହାରେ ସୁପ୍ରିମ କୋର୍ଟଙ୍କ ୯ଜଣିଆ ପୀଠ ୮.୧ ମତରେ ଦେଇଥିବା ରାୟରେ ରାଜ୍ୟମାନଙ୍କୁ ରାଜସ ଓ ଟିକସ ଇତ୍ୟାଦି ସଂଗ୍ରହ ପାଇଁ ଦେଇଥିବା ଅଧିକାରକୁ ସମ୍ପର୍ଶ ଉଛେଦ କରିବା ଉଦେଶ୍ୟରେ ଗୃହୀତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜାତୀୟ କଂଗ୍ରେସର ସଭାପତି ଶ୍ରୀ ବିଶ୍ଵାଳ, ପୂର୍ବତନ ସଭାପତି ସୁନିଲ୍ ଦାସ, ସରୋଜ ଶତପଥୀ, ଡମ୍ବରୁଧର ସେଠୀ, ନୁରୁଲ୍ ଇସ୍ଲାମ୍, ଦେବଦତ ଉଚ୍ଚ, ଜିତେନ୍ଦ୍ର ସାହୁ, ରୁବେନା ବେଗମ, ରଞ୍ଜିତ୍ ସାହୁ, ସୁଶାନ୍ତ ଧଳ, ତୁଷାରକାନ୍ତ ନାୟକ, ଫକୀର ଚରଣ ବେହେରା, ଓଡାପଡା କଂଗ୍ରେସ ସଭାପତି ସୁଶାନ୍ତ କୁମାର ଧଳ, ସିପିଆଇର ରବି ରଥ ଏବଂ ଶିବରାମ ସାହୁ, ସିପିଆଇଏଲ୍ର ଶ୍ରୀନିବାସ ସାହୁ, ସ୍ମିତାରାଣୀ ସାମଲ ଏବଂ ଓଡିଶା କୃଷକ ସେବା ଜିଲ୍ଲା ସଂପାଦକ ସରୋଜ ଶତପଥୀ, ଆର.ଆଇ.ଏଲ୍ର ଶ୍ରୀଧର ମଲ୍ଲିକ, ରୋହିତ ବାରିକ, ସିପିଆଇଏମ୍ର ସର୍ବଜ୍ଞ ସାହୁ ପ୍ରମୁଖ ଯୋଗଦେଇଥିଲେ ବୋଲି ଜିଲ୍ଲା କଂଗ୍ରେସ୍ ପ୍ରବକ୍ତା ଅଳ ବିହାରୀ ମହାପାତ୍ର ସୂଚନା ଦେଇଛନ୍ତି ।



