ବଡ଼ବିଲ ପୌରାଞ୍ଚଳ ଗସ୍ତରେ ବାର ଜଣିଆ ଆଇ ଏ ଏସ ଦଳ।କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଗସ୍ତରେ ବାର ଜଣିଆ ଆଇ ଏ ଏସ ଦଳ

ଯାହାକି ସୂଚନା ରହିଛି ସମଗ୍ର ଦେଶରେ ସହେ ବାରଟି ଆଇ ଏ ଏସ ଓ ଆଇ ପି ଏସ ଟ୍ରେନିଙ୍ଗ ଦଳ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥିବା ବେଳେ ଓଡ଼ିଶାକୁ ମଧ୍ୟ କିଛି ଦଳ ଆସିଥିବା ବେଳେ ଗୋଟିଏ ବାର ଜଣିଆ ଟିମ୍ ବଡ଼ବିଲ ଗସ୍ତରେ ଆସି ବଡ଼ବିଲ ପୌରାଞ୍ଚଳ ରେ ଥିବା ବିଭିନ୍ନ କାର୍ଯ୍ୟାଳୟ ବୁଲିବା ସହ ବିଭିନ୍ନ କାର୍ଯ୍ୟ ସମ୍ପର୍କ ରେ ପଚାରି ବୁଝିଥିଲେ ଓ ଆଜି ସକାଳୁ ସକାଳୁ ବାହାରି ବଡ଼ବିଲ ପୌରାଞ୍ଚଳ ଷ୍ଟେସନ ରୋଡ଼ ସ୍ଥିତ ଲକ୍ଷ୍ମୀ ନଗର କୁ ଯାଇ ସେଠାରେ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ସ୍ୱଚ୍ଛ ସାଥୀ ଅଙ୍ଗନୱାଡ଼ି କର୍ମୀ ଙ୍କୁ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ଓ ଉକ୍ତ ଅଞ୍ଚଳ ବୁଲିବା ସହ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ, ଏହି ଅବସରରେ ସ୍ଥାନୀୟ ଲୋକେ ସେମାନଙ୍କୁ ଭବ୍ୟ ସ୍ଵାଗତ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ତାଙ୍କ ସହ ବଡ଼ବିଲ ପୌର ଅଧିକାରୀ ଓ କର୍ମଚାରୀ ସ୍ୱଚ୍ଛ ସାଥୀ ପ୍ରମୁଖ ଉପସ୍ଥିତ ଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



