ସରକାରୀ ଉ.ପ୍ରା. ବିଦ୍ୟାଳୟ, କାଶିପାଲି ରେ ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ) :- ବରଗଡ଼ ଜିଲ୍ଲାର ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶିପାଲିରେ ବିପୁଳ ଉତ୍ସାହ ଓ ରୁଚିର ସହ ଏବର୍ଷର ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇ ଯାଇଅଛି।ଉକ୍ତ ପ୍ରଦର୍ଶନୀର ଶୁଭ ଉଦ୍ଘାଟନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପବିତ୍ର ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ପ୍ରଧାନଶିକ୍ଷକ ଶ୍ରୀ ସୁଦାମ ସେଟ ଉଦ୍ଦେଶ୍ୟ ଜ୍ଞାପନ କରି ଛାତ୍ରଛାତ୍ରୀମାନଙ୍କ ସୃଜନୀଶୀଳତା, ବିଜ୍ଞାନ ଚିନ୍ତାଧାରା ଓ ନବୋତ୍ତମ ଧାରଣାକୁ ଉତ୍ସାହିତ କରିବା ହେଉଛି ଏହାର ପ୍ରଧାନ ଲକ୍ଷ୍ୟ ବୋଲି ମତାମତ ଦେଇଥିଲେ।ମୁଖ୍ୟଅତିଥି ଭାବେ ନାରଙ୍ଗପୁର ସିଆରସିସି ଶ୍ରୀଯୁକ୍ତ ଗୁପ୍ତଚନ୍ଦ୍ର ରାଏ ଯୋଗଦାନ କରିଥିବାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଶାନ୍ତି କମିଟିର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ମଞ୍ଚାସିନ ଥିଲେ। ବିଚାରକ ଭାବେ ଅଚ୍ୟୁତ ପଧାନ (ସୀମାନ୍ତ ହାଇସ୍କୁଲ୍, ବିଛୁଆଁ), ଅନନ୍ତ ସାହୁ (ସରକାରୀ ଉ.ପ୍ରା. ବିଦ୍ୟାଳୟ ସାନଅମଲିପାଲି) ଏବଂ ଅବିନାଶ କୁମାର ପଧାନ (ସରକାରୀ ଉ.ପ୍ରା. ବିଦ୍ୟାଳୟ ଝିକଝିକି) ଯୋଗ ଦେଇଥିଲେ । ସେମାନଙ୍କ ବୈଜ୍ଞାନିକ ମୂଲ୍ୟାଙ୍କନ ଛାତ୍ରମାନଙ୍କୁ ବହୁତ ପ୍ରେରଣା ଦେଇଥିଲା।ଛାତ୍ରମାନଙ୍କ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଶ୍ରୀ ପ୍ରଦୀପ କୁମାର ପଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାମ ନାରାୟଣ ରଥ ମଞ୍ଚ ପରିଚାଳନା କରିଥିବାବେଲେ ସହକାରୀ ଶିକ୍ଷକ ଶ୍ରୀ ନେହେରୁ ପାଇକ, ଶ୍ରୀ ଗୋବିନ୍ଦ ବାଗ ଏବଂ ଦେବ ପ୍ରସାଦ ବାଗ ସହଯୋଗ କରିଥିଲେ।




