ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା ଭୟଙ୍କର କାର୍ ବିସ୍ଫୋରଣ ପରଠାରୁ ହରିୟାଣାର ଫରିଦାବାଦସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସମସ୍ତ ପ୍ରମୁଖ ତଦନ୍ତକାରୀ ସଂସ୍ଥାର ରାଡାର୍ରେ ରହିଛି। ଏହି ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଆତଙ୍କୀ ଡାକ୍ତର ଉମର ଉନ ନବୀ । ସେ ହିଁ କାର୍ ବିସ୍ଫୋରଣ କରିଥିଲା ।
ଆଇ-ଟ୍ୱେଣ୍ଟି କାର୍ ମଧ୍ୟରେ ବସି ରହି ଏହାକୁ ବିସ୍ଫୋରକ ଦ୍ୱାରା ଉଡ଼ାଇ ଦେଇଥିଲା । ଆତଙ୍କୀ ହମ୍ଲାରେ ବ୍ୟବହୃତ କାର୍ ମଧ୍ୟରୁ କିଛି ଦାନ୍ତ, ହାଡ଼, ରକ୍ତଲଗା ପୋଷାକ ଓ ପାଦର ଅଂଶ ମିଳିଥିଲା । ଏହାର ଡିଏନ୍ଏ ଉମର୍ର ମାଆଙ୍କ ସହ ମେଳ ଖାଇଛି । ଅର୍ଥାତ୍ ଗତ ସୋମବାର ସନ୍ଧ୍ୟା ୬ଟା ୫୧ରେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ବେଳେ କାର୍ ଭିତରେ ଉମର ଥିଲା । ସେହିଭଳି କାର୍ ଦ୍ୱାରା ଧମାକା କରାଇବା ପୂର୍ବରୁ ଉମରର ୬ଟି ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି । ବିସ୍ଫୋରଣର ୧୭ ଘଣ୍ଟା ପୂର୍ବରୁ ସେ ହରିୟଣାର ନୁହ ସହର ଯାଇଥିଲା । ସେଠାରୁ ହିଁ ସେ ବିସ୍ଫୋରକ ଆଣିଥିବା କୁହାଯାଉଛି । ନୁହରୁ ଫେରି ଉମର ନଭେମ୍ବର ୧୧ ସକାଳେ ଦିଲ୍ଲୀରେ ପ୍ରବେଶ କରିଥିଲା । ଏଠାକାର ରାସ୍ତାରେ ସେ ନିର୍ଭୟରେ ବୁଲିଥିଲା ।ଗତ ୧୦ ତାରିଖରେ ସନ୍ଧ୍ୟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁ-କାଶ୍ମୀରର ଡାକ୍ତର ଉମର ଏହି ଘଟଣାରେ ସମ୍ପୃକ୍ତ ରହିଛି । ବିସ୍ଫୋରଣ ପରେ, ତଦନ୍ତକାରୀ ସଂସ୍ଥାଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୁଲୱାମାରେ ଥିବା ଆତଙ୍କୀ ଉମରର ଘରକୁ ଭାଙ୍ଗି ଦିଆଯାଇଛି । ଗୁରୁୂବାର ବିଳମ୍ବିତ ରାତିରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଗୁରୁବାର ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟି(ଏଆଇୟୁ) ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତା ବାତିଲ କରିଛି। ସଂଘ ପକ୍ଷରୁ ଏକ ସରକାରୀ ଚିଠି ମାଧ୍ୟମରେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦିଆଯାଇଛି। ୧୩ ଜଣଙ୍କ ଜୀବନ ନେଇଥିବା ଦିଲ୍ଲୀ ବିସ୍ଫୋରଣର ବିଭିନ୍ନ ଲିଙ୍କ୍ ଏହି ବିଶ୍ବବିଦ୍ୟାଳୟ ସହ ଯୋଡ଼ି ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏଆଇୟୁ କହିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)