ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ର ବିଶାଳ ବିଜୟ ଭବାନୀପାଟଣା ଠାରେ ବିଜୟ ଉତ୍ସବ ପାଳିତ

ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଭାଇ ଢୋଲକିଆ ଙ୍କ ଐତିହାସିକ ବିଜୟ ରେ ଓ ବିହାର ବିଧାନସଭା ନିର୍ବାଚନ ରେ ଏନ୍ ଡି ଏ ର ମହା ବିଜୟ କୁ ନେଇ କଳାହାଣ୍ଡି ବିଜେପି ପକ୍ଷ ରୁ ବିଜୟ ଉତ୍ସବ ପାଳନ ହୋଇଯାଇଅଛି I ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନିର୍ଦ୍ଧେଶ କ୍ରମେ ଭବାନୀପାଟଣା ସ୍ଥିତ ଷ୍ଟେଚୁ ଛକ ଠାରେ ଭବାନୀପାଟଣା ନଗର ମଣ୍ଡଳ ର ଶତାଧିକ କର୍ମକର୍ତ୍ତା ଏବଂ ପଦାଧିକାରୀ ଏକତ୍ରିତ ହୋଇ ବାଜା ବାଦ୍ୟ ସହ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରି ଏକ ଶୋଭାଯାତ୍ରା ରେ ମା ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଗାନ୍ଧି ଛକ ହୋଇ ନଗର ପରିକ୍ରମା କରିଥିଲେ I

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଓ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିକାଶ ଧାରା ବିକଶିତ ଭାରତ ବିକସିତ ଓଡିଶା ଭିଜନ କୁ ଆପଣେଇ ବିପୁଳ ସମର୍ଥନ ଦେଇ ନୂଆପଡା ଭାଜପା ପ୍ରତ୍ୟାସୀ ଜୟ ଢୋଲକିଆ ଙ୍କୁ ବିପୁଳ ପରିମାଣ ରେ ଭୋଟ ଦେଇ ବିଜୟୀ କରିଛନ୍ତି ଏହି ଐତିହାସିକ ବିଜୟ ସମସ୍ତ ଜନସାଧାରଣଙ୍କ ଓ କଳାହାଣ୍ଡି ଭାଜପା କାର୍ଯ୍ୟକର୍ତ୍ତାଙ୍କ ଯୋଉ ମାନେ ଏହି ମହାନ୍ କାର୍ଯ୍ୟରେ ସାମିଲ ହୋଇ ନିଜକୁ ଗର୍ବାନିତ ମନେ କରୁଛନ୍ତି , ଡବଲ ଇଞ୍ଜିନ ସରକାର ରେ ଡବଲ ବିଶ୍ବାସ ରହିଛି ,ରାଜ୍ୟ ନେତୃବୃନ୍ଦ ଓ ଅଗଣିତ କାର୍ଯ୍ୟକର୍ତ୍ତା ଅକ୍ଲାନ୍ତ ପରିଶ୍ରମ କରି ଆଜି ଏହି ସଫଳତା ପାଇଥିବା ରୁ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଜିଲ୍ଲା ସଭାପତି ଓ ଜିଲ୍ଲା ରେ ଏହି ବିଜୟ ଉତ୍ସବ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ,ବିଜୟ ଉତ୍ସବ ର ସଂଯୋଜକ ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସୂଚନା ଦେଇ ସମସ୍ତ ଙ୍କୁ ଏକତ୍ରିତ କରି ବିଜୟ ଉତ୍ସବ ରେ ସାମିଲ କରାଇଥିଲେ I ମହା ବିଜୟ ଉତ୍ସବ କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ,ଉପ ସଭାପତି ପ୍ରଶାନ୍ତ ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର,ବରିଷ୍ଟ ନେତା ଭବାନୀ ନିୟାଲ,ଭାରତ ଭୂଷଣ ଦେଓ , ଅକୁର ହରପାଲ୍ ,ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ମାନସ ଜେନା,ବିଜୟ ମହାରଣା ,ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସୋଭାଗିନି ପାତ୍ର , ଶ୍ରମିଷ୍ଟା ନାଏକ,ଅନିତା ବିଶ୍ଵାଳ ,ରାକେଶ ଶର୍ମା ଧବଳେଶ୍ୱର ମାଝୀ, ସତ୍ୟନାରାୟଣ ବିଶି, ପ୍ରଭାତ ସାହୁ, ପ୍ରାଣ କିଶୋର ପଣ୍ଡା,ଭାରତ ଭୂଷଣ ମହାନ୍ତି, ଚକ୍ରଧର ସେଠି, ମୁରଲୀଧର ସେଠି ଙ୍କ ସହ ଜିଲ୍ଲା ମିଡିଆ ସଂଯୋଜୋକ ନରହରି ପଟ୍ଟନାୟକ ଉପସ୍ଥିତ ରହିଥିଲେ।




