ତାଳଚେର ପ୍ରେସ କ୍ଳବ ନୋଭେଲ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ତାଳଚେର, ୧୬/୧୧ସତ୍ୟତା ଓ ସମସ୍ୟା ଜାଣିବାର ଅଧିକାର ସାଧାରଣ ଲୋକଙ୍କର ରହିଛି । ସେମାନଙ୍କ ନିକଟରେ ପ୍ରକୃତ ସତ୍ୟତା ଓ ସମସ୍ୟା ପଂହଚାଇବାର ଦାୟୀତ୍ୱ ବହନ କରିଥାନ୍ତି ସାମ୍ବାଦିକ । ବିଭିନ୍ନ ଝଡ଼ଝଞ୍ଜା ମଧ୍ୟରେ ସେମାନଙ୍କର ଜୀବନକୁ ପାଣି ଛଡ଼ାଇ ନିର୍ଭିକ ଖବର ପରିବେଶଣ କରି ଗଣତନ୍ତ୍ରକୁ ସୁରକ୍ଷା ଦେବା ସହିତ ଲୋକଙ୍କର ସମସ୍ୟା ଗୁଡ଼ିକୁ ଠିକ୍ ଢ଼ଙ୍ଗରେ ସରକାରଙ୍କ ନିକଟରେ ପଂହଚାଇବା ଉତର ଦାୟୀତ୍ୱ ରଖିଥାଏ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକର ଭୂମିକା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ବର୍ତମାନ ସମାଜରେ ଭୟ ହେଉ କିମ୍ବା ଚାପ ଯୋଗୁଁ ସାମ୍ବାଦିକମାନେ ନିଜର କର୍ତବ୍ୟକୁ ବିଭିନ୍ନ ଦିଗକୁ ଧ୍ୟାନଦେଇ ଖବର ପରିବେଶଣ କରିଥାନ୍ତି । ଆଜିର ମହଙ୍ଗା ଦିନରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଥିଲେ ମଧ୍ୟ ବିଚରା ଗଣମାଧ୍ୟମ ପ୍ରତିନିଧିମାନେ କେଉଁଟି ହେଲେ ହାତେଇ ପାରୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ବହୁ ଅନାଟନ ମଧ୍ୟରେ ଗତିକରି ସାମ୍ବାଦିକ ମାନେ ସେମାନଙ୍କର ଭିନ୍ନ ଭିନ୍ନ ଢ଼ଙ୍ଗରେ ଖବର ପରିବେଶଣ କରି ଲୋକଙ୍କ ପ୍ରିୟପାତ୍ର ହୋଇଥାନ୍ତି । ତେଣୁ ଏହାକୁ ଆଧାରକରି ସାମ୍ବାଦିକ ମାନେ ବର୍ଷରେ ଥରେ ୧୯୬୬ ମସିହାରୁ ଏହି ଦିବସକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେକରି ବିଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି । ଏହି ପବିତ୍ର ଦିବସରେ ତାଳଚେର ପ୍ରେସ କ୍ଳବ ନୋଭେଲ ତରଫରୁ ହୋଟେଲ ବୃନ୍ଦାବନ ପରିସରରେ ମହାସମାରୋହରେ ପ୍ରେସ୍ ଡ଼େ’ ପାଳନ କରାଯାଇଥିଲା । ଏହି ଅବସରରେ ସଂଘ ପକ୍ଷରୁ ସମାଜ ସେବି ଓ ବୁଦ୍ଧିଜୀବୀ ମାନଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସଂମ୍ନାନିତ କରାଯଇଥିଲା । ଏଥିରେ ସଂଘର ସଭାପତି ପ୍ରବୀଣ କୁମାର ଦାସ ସଭାପତିତ୍ୱ କରିଥିଲେ।ତାଳଚେରର ସକାଳ ସାମ୍ବାଦିକ ତ୍ରିଲୋଚନ ସ୍ୱାଇଁ ଓ ବିରଜା ପଟ୍ଟନାୟକ ସଂମନିତ ଅତିଥି ଭାବେ ଯୋଗଦେଇଥିଲେ। ସଂଘର ଉପଦେଷ୍ଟା ଜ୍ୟାତି ରଂଜନ ଦାସ ସାମ୍ବାଦିକର କର୍ତ୍ତବ୍ୟ ମୂଲ୍ୟବୋଧ ଉପରେ ନିଜର ଅଭିଭାଷଣ ଦେଇଥିଲେ, ମଞ୍ଚକୁ ସାମ୍ବାଦିକ ସୁଶୀଲ କୁମାର ନନ୍ଦ ପରିଚାଳନା କରିଥିଲେ।ସାମ୍ବାଦିକ ପ୍ରିୟ ମାଧବ ଦାସ,ଦେବେନ୍ଦ୍ର ସାହୁ, ଶିବରାମ ବେହେରା, ଦୁର୍ଯ୍ୟଧନ ପ୍ରଧାନ, ଚର୍ତୁ ରାଜକିଶୋର ଭୂତିଆ, ପ୍ରଦୀପ ମହାରଣା, ଭାଗିରଥି ମହାପାତ୍ର, ହରେକୃଷ୍ଣ ମହାପାତ୍ର, ଜନ ବିକାଶ ସଭାପତି ଭୂପେନ ଥମ୍ବ,ସମାଜ ସେବି କ୍ଷୀରୋଦ ସାହୁ ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସଂମ୍ନାନିତକରା ଯାଇଥିଲା ।




