ବଡ଼ବିଲ ଡିଜିଟାଲ ମିଡିଆ ୱିଙ୍ଗ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳନ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଡିଜିଟାଲ ମିଡିଆ ୱିଙ୍ଗ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ବହୁ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି, ଏହି ପରିପ୍ରେକ୍ଷୀରେ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ହୋଟେଲ୍ ଭିକି ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବଡ଼ବିଲ ମହାବିଦ୍ୟାଳୟ ର ପ୍ରଫେସର ଅସିତ୍ ପ୍ରଧାନ ଯୋଗଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବେ ବଡ଼ବିଲ ଅଞ୍ଚଳର ଜଣାଶୁଣା ବରିଷ୍ଟ ସାମ୍ବାଦିକ ସୁନିଲ ଦାସ୍ ଓ ବଡ଼ବିଲ ଥାନାର ଏଏସଆଇ ଜିତେନ୍ଦ୍ର ପଟେଲ ଯୋଗଦେଇ ମଞ୍ଚର ସମ୍ମାନ ବଢାଇଥିଲେ, ଅଞ୍ଚଳର କୁନି କଳାକାର ମାନେ ଅତିଥି ମାନଙ୍କୁ ଫୁଲତୋଡା ଦେଇ ଓ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ଵାଗତ କରିଥିଲେ। ସମସ୍ତ ମଞ୍ଚାସିନ ଅତିଥି ସାମ୍ବାଦିକତା ଦିବସ ଓ ଜଣେ ସାମ୍ବାଦିକର କାର୍ଯ୍ୟ ଓ ତାର କାର୍ଯ୍ୟପ୍ରତି ନିଷ୍ଟାପରତା ଏବଂ ଜଣେ ସାମ୍ବାଦିକର ଦାୟିତ୍ଵ ବୋଧତା ଉପରେ ଆଲୋକପାତ କରିଥିଲେ ଓ ଆଜିର ଆଧୁନିକ ଯୁଗରେ ଡିଜିଟାଲ ମିଡିଆର ପ୍ରଭାବ ବିଷୟରେ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ କହିବା ସହ ସାଧାରଣ ଜନତା ଙ୍କ ଗୋଟେ ସାମ୍ବାଦିକ ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ମନେ ପକାଇଥିଲେ। ଏହି ଅବସରରେ ଡିଜିଟାଲ ମିଡିଆ ୱିଙ୍ଗର ସଦସ୍ୟ ମାନେ କହିଥିଲେକି ସମାଜ ହିତରେ କାର୍ଯ୍ୟ କରିବାକୁ ହେଲେ ସେମାନଙ୍କୁ ବିଭିନ୍ନ ଦିଗରୁ କିଭଳି ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ତାହା ବଖାଣିଥିଲେ ଏବଂ ସେଥିପାଇଁ ଲୋକଙ୍କ ସେବାରେ ଏସବୁ କାର୍ଯ୍ୟ କରିବାକୁ ହେଲେ ସ୍ଥାନୀୟ ଜନସାଧାରଣ ଓ ଆଞ୍ଚଳିକ ପ୍ରଶାସନର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବଡ଼ବିଲ ଡିଜିଟାଲ ମିଡିଆ ୱିଙ୍ଗର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ଅୟୋଜନ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ବଡ଼ବିଲ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମର ଗାରିମାକୁ ଦ୍ଵିଗୁଣିତ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




