ନିମ୍ନମାନର କାମ ଗ୍ରାମବାସୀ ଆଣିଲେ ଅଭିଯୋଗ……..
17/11/25 ଢେଙ୍କାନାଳ ଜିଲ୍ଲା ଆଦିବାସୀ କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ଗ୍ରାମର ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଘରୋଇ ଠିକା ସଂସ୍ଥା ଜାଙ୍ଗୁ ଠାରୁ ବ୍ରାହ୍ମଣଧରା ଭାୟା କେନ୍ଦୁମୁଣ୍ଡା ଗ୍ରାମ୍ୟ ଉନ୍ନୟନ ରାସ୍ତାର 04/07/25 ଜାଙ୍ଗୁ ଠାରୁ ବ୍ରାହ୍ମଣଧରା ରାସ୍ତାର ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ!କାମ ଆରମ୍ଭ ହେଉ ହେଉ ନିମ୍ନ ମାନର କଲଭଟ କାମ ଦେଖିବାକୁ ପାଇଥିଲେ ଗାଁ ଲୋକ କିଛି ସମୟ ଏକତ୍ରିତ ହୋଇ କାମକୁ ବିରୋଧ କରିଥିଲେ!ଗ୍ରାମର ବିଦ୍ୟାଧର ନାଏକ, ବିଜୟ ନାୟକ, ମନ୍ମଥ ସାହୁ, ମୁରଲୀ ଧର ସାହୁ,ଧରଣୀ ସାହୁ,!ଯଦି ଖୋଦ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ନିଜ ପଂଚାୟତ ଏହିପରି କାର୍ଯ୍ୟ କରାଯାଇଛି ତାହାଲେ ଅନ୍ୟ ପଂଚାୟତରେ କଣ ହେଉଥିବ ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି!ଏହାର ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ ମହୋଦୟ ଫୋନ ରିସିଭ କରିନଥିଲେ ବାରମ୍ବାର ଅଭିଯୋଗ ପରେ ଠିକା ସଂସ୍ଥା ମନମାନି କାର୍ଯ୍ୟ କରୁଛିବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ!ଯଦି ସଠିକ କାର୍ଯ୍ୟ ନ କରାଯାଏ ଆଗମି ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ!




