ସଂଯୁକ୍ତ କୃଷକ ସଂଗଠନ ଭେଡେନ ଶାଖା ତରଫରୁ ୭ଦଫା ଜିଲ୍ଲାପାଳ ଙ୍କୁ ଦାବିପତ୍ର

ବରଗଡ:୧୭/୧୧(ପବିତ୍ର ମେହେର) ଆଜି ସୋମବାର ଦିନ ସଂଯୁକ୍ତ କୃଷକ ସଙ୍ଗଠନ ଭେଡେନ ଶାଖା ତରଫରୁ ୭ ଦଫା ସମ୍ବିଳିତ ଏକ ଦାବୀ ପତ୍ର, ବରଗଡ ଜିଲ୍ଲାପାଳ ଭେଡେନ ବ୍ଲକ ରେ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମ କୁ ଯାଉଥିବାବେଳେ ରାସ୍ତା ଅବରୋଧ କରି ଦେଇଥିଲେ l ଏହି ଦାବୀ ପତ୍ର ରେ ସମସ୍ତ ବାଦ ପଡ଼ିଥିବା ଚାଷୀ ମାନଙ୍କ ତୁରନ୍ତ ଧାନ କାର୍ଡ ପଞ୍ଜିକରଣ କରାଯାଉ,୧୯ତାରିଖ ସମସ୍ତ ମାର୍କେଟ ୟାର୍ଡ଼ ଖୋଳାଯାଉ, ଡିସେମ୍ବର ୧୫ ତାରିଖ ରବି ଋତୁ ପାଇଁ କେନାଲ ପାଣି ଛଡ଼ାଯାଉ, ଅତ୍ୟଧିକ ବିଦ୍ୟୁତ ବିଲ, ସ୍ମାର୍ଟ ମିଟର ଓ ଅହେତୁକ ବିଦ୍ୟୁତ କାଟ ପାଇଁ ଟାଟା ପାୱାର ସହିତ ତ୍ରିପାକ୍ଷିକ ବୈଠକ ଡକାଯାଉ, ବୀମା ଟଙ୍କା ପାଇବାରୁ ବଞ୍ଚିତ ଚାଷୀ ମାନଙ୍କୁ ଶୀଘ୍ର ବୀମା ଟଙ୍କା ପ୍ରଦାନ କରାଯାଉ, ଗତ ଋତୁର କ୍ଷତି ଗ୍ରସ୍ତ ଚାଷୀ ମାନଙ୍କୁ ଇନପୁଟ ସହାୟତା ପ୍ରଦାନ କରାଯାଉ ଏହିପରି ଦାବୀ ସମୂହ ନେଇ ଜିଲ୍ଲାପାଳ ଙ୍କୁ ସଂଯୁକ୍ତ କୃଷକ ସଂଗଠନ ର ଭେଡେନ ଶାଖାର ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ବୃନ୍ଦାବନ ସାହୁ, ଅଚୁତ ସାହୁ, ଅକ୍ଷୟ ସାହୁ, ଅର୍ଜୁନ ବଢ଼େଇ, ରାଧେଶ୍ୟାମ ସାହୁ, ଯାଦବ ସାହୁ, ରୁଷାଭ ପଧାନ ପ୍ରମୁଖ ନେତୃତ୍ୱ ରେ ଘେରିଥିଲେ l



