ହାଇଦ୍ରାବାଦ : ସାଉଦି ଆରବ ମଦିନାରେ ବସ୍ ଅଗ୍ନିକାଣ୍ଡ ଘଟଣାରେ ୪୨ ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ପିଢିଙ୍କ ଜୀବନଯାତ୍ରା ଶେଷ ହୋଇଛି ।ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ । ଦୁର୍ଘଟଣାରେ ପରିବାରର ୧୮ ଜଣଙ୍କ ଜୀବନ ଚାଲିଯାଇଥିଲା । ହାଇଦ୍ରାବାଦର ମୁସିରାବାଦରେ ରହୁଥିବା ଶେଖ୍ ନସିରୁଦ୍ଦିନ୍ ଓ ତାଙ୍କ ପତ୍ନ ଅଖତର ବେଗମ୍ ମଧ୍ୟ ଏହି ବସ୍ ଥିଲେ । ତାଙ୍କ ସହ ପୁଅ, ଦୁଇ ଝିଅ, ବୋହୂ ଓ ପରିବାରର ବାକି ସଂପର୍କୀୟ ରହିଥିଲା ।ବସଟି ମକ୍କାରୁ ମଦିନା ଯାଇଥିଲେ । ମକ୍କାରେ ଉମରା ଶେଷ କରିସାରିଥିଲେ । ଘରକୁ ଫେରିବା ବେଳେ ବସ୍ ଡିଜେଲ ଟ୍ୟାଙ୍କରକୁ ଧକ୍କା ହୋଇଥିଲା । ଫଳରେ ବସରେ ନିଆଁ ଲାଗିଯାଇଥିଲା । ବସରେ ମୋଟ ୫୪ ଯାତ୍ରୀ ଯିବାର ଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ କେତେଜଣ ବସରେ ଚଢିନଥିଲେ । ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା ।ତେବେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ସାଉଦି ଆରବ ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ଘଟଣା ପରେ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଏବଂ ସାଇଦି ଦୂତାବାସର ଅଧିକାରୀଙ୍କ ସହିତ କଥା ହୋଇ ମୃତ କଙ୍କ ପରିଜନଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

