
ସଂସଦୀୟ ଖେଳ ମହୋତ୍ସବ ୨୦୨୫ ବଅଁରପାଳ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମାନ୍ୟବର ଅନୁଗୋଳ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ବଅଁରପାଳ ଶ୍ରୀ ଲୋଚନ ଦାସ, ସଂସାଦ ଙ୍କ ପ୍ରତିନିଧି ସୁଦୀପ ଗଡନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ଜିଲ୍ଲା ମହିଳା ନେତ୍ରୀ ରୋଜାଲିନ ଦାସ, ବ୍ଲକ୍ ଶିକ୍ଷା ଅଧିକାର ମାନସ ରଞ୍ଜନ ପୁଷ୍ଟି,ବିଧାୟକ୍ ପ୍ରତିନିଧି କିଟୁ ପଣ୍ଡା, ବ୍ଲକ୍ ମଣ୍ଡଳ ସଭାପତି ସୁବ୍ରତ ସାହୁ ପ୍ରମୂଖ ଉପସ୍ଥିତ ଥିଲେ। ଶ୍ରୀମତୀ ମୃଦୁଲା ଠାକୁର ଙ୍କ ବିକାଶ ଫାଉଣ୍ଡେସନ ର ସଂଯୋଗକାରି ସୌରଭ ସାମଲ ମଞ୍ଚ ପରିଚାଳନା କରିଥିଲେ। ବଅଁରପାଳ ବ୍ଲକ ର ୩୫ଟି ପଞ୍ଚାୟତ ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଏହି ସଂସାଦ ଖେଳକୁଦ ରେ ଅଂଶଗ୍ରହଣ। ଆଜି ଦ୍ବିତୀୟ ଦିନରେ ଯୁବ ବର୍ଗର ଦୌଡ ପ୍ରତିଯୋଗୀତା, ଡିସ୍କକସ, ସଟଫୁଟ, ଖୋକା, କବାଡ଼ି ପ୍ରତିଯୋଗିତା ଖେଳ ଅନୁଷ୍ଠିତ ହୋଇଥିଲା। ବଅଁରପାଳ ବ୍ଲକ ର PBK High School ପଡ଼ିଆ ରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଖେଳ ଗୁଡ଼ିକୁ ବ୍ଲକ ର ଖେଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ । ଛାତ୍ର ଛାତ୍ରି ଓ ଯୁବ କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଉତ୍ସାହିତ ପରିଲକ୍ଷିତ ହୋଇଥିଲା ।



