ଚୋରା ଲୁହାପଥର ବୋଝେଇ ଟ୍ରକଜବତ, କିନ୍ତୁ ଖଣିମାଫିଆ ଫେରାର

କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଖଣି ମାଫିଆ ମାନଙ୍କ ଆତଙ୍କ ରାଜ୍। ମନେହୁଏ ଖଣି ମାଫିଆ ମାନଙ୍କ ଆଞ୍ଚଳିକ ପ୍ରଶାସନ ଅଧିକାରୀ ଙ୍କ ମଧୂଚନ୍ଦ୍ରିକା ଯୋଗୁ ଏହିଭଳି ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସୁଥିବା ମନେହୁଏ। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି କିନ୍ତୁ ଚୋରା ଚାଲାଣ ଅଭିଯୋଗରେ ଗାଡ଼ିକୁ ପୋଲିସ୍ କାବୁ କରିଥିବା ବେଳେ ମାଫିଆ ଫେରାର, ବାରମ୍ବାର ସାମ୍ନାକୁ ଆସୁଛି ଚୋରା ଚାଲାଣ ରେ ନିୟୋଜିତ ଗାଡ଼ି କୁ ପୋଲିସ୍ ପ୍ରଶାସନ ଧରିବାରେ ସଫଳ ହେଉଥିବା ବେଳେ କଣ ପାଇଁ ଏଥିରେ ସମ୍ପୃକ୍ତ ଖଣି ମାଫିଆ ଙ୍କ ସନ୍ଧାନ ମିଳୁନି, ଯାହାକୁ ନେଇ ପୋଲିସ୍ ପ୍ରଶାସନ ର କାର୍ଯ୍ୟ ଶୈଳୀ ଉପରେ ସନ୍ଦେହ ସୃଷ୍ଟି ହୁଏ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଲଥାନା ପୋଲିସ ବାଂଶପାଣି ଅଞ୍ଚଳରେ ପୋଲିସ୍ ଚଢାଉ କରି ଚୋରା ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଜବତ କରିଛି।ବାଂଶପାଣି ଅଞ୍ଚଳରେ ପୂର୍ବରୁ ଗଚ୍ଛିତ ଥିବା ଲୁହାପଥର ଷ୍ଟକରୁ ଖଣି ମାଫିଆ ମାନେ ଲୁହାପଥର ଲୋଡିଂ କରୁଥିବା ଖବର ପାଇ ଯୋଡ଼ା ପୋଲିସ୍ ଅତର୍କିତ ଚଢାଉ କରିଥିଲା । ତେବେ ପୋଲିସ ଗାଡ଼ି ଆସୁଥିବାର ଦେଖି ଘଟଣାସ୍ଥଳରୁ ଖଣି ମାଫିଆ ମାନେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ଚୋରା ଲୁହାପଥର ସହ ଟ୍ରକକୁ ଜବତ କରିଥିବା ନେଇ ସୂଚନା। କିନ୍ତୁ ଦେଖିବାକୁ ବାକି ରହିଲା ଏହି ଖଣି ମାଫିଆ ମାନଙ୍କ ଉପରେ କେବେ ଓ କେଉଁ ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




