ବ୍ଲକସ୍ତରୀୟ ବିଜ୍ଞାନ ମେଳା ମହାଆଡମ୍ବରରେ ଉଦଯାପିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆ ଜଗମୋହନ ଉଚ୍ଚ ବିଦ୍ୟାଳୟ ରେ ମହା ଆଡ଼ମ୍ବରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଜୁନାଗଡ ବ୍ଲକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉର୍ଚ୍ଚବିଦ୍ୟାଲୟର ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ପ୍ରତ୍ୟେକ ବର୍ଷ ଜୁନାଗଡ ବ୍ଲକର ଉର୍ଚ୍ଚବିଦ୍ୟାଲୟ ମାନଙ୍କରେ ହୋଇଥିବାବେଳେ ଏହିବର୍ଷ ପିଲିକିଆ ଜଗମୋହନ ହାଇସ୍କୁଲ ରେ ପ୍ରଧାନଶିକ୍ଷକ କାହ୍ନୁଚରଣ ପଣ୍ଡାଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି,ଏହିବିଜ୍ଞାନମେଲାରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରି, ସମ୍ମାନନୀୟ ଅତିଥି ଜୁନାଗଡ ବ୍ଲକ ଅଧ୍ୟାକ୍ଷା ଶ୍ରୀମତି ସବିତା ମେହେର, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ତପନ ମାଝୀ,ବି ଆ ର ସି ସି ଶ୍ରୀ ସୁଶାନ୍ତ ପଣ୍ଡା,ଆଇନଜିବି ଶ୍ରୀ କୃପିସିନ୍ଦୁ ପଣ୍ଡା, ଦୁଷ୍ମନ୍ତ ଶେଖର ପାଢ଼ୀ,ସୁଧିର ମେହେର,ନିରଞ୍ଜନ ସାହାଣି, ଓ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଉପସ୍ଥିତ ରହିଥିଲେ, ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଶିକ୍ଷଣିୟ ପ୍ରଜେକ୍ଟ ନେଇ ଆସିଥିଲେ, ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କରିଥିଲେ।ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ବ୍ଲକ ଅଧ୍ୟାକ୍ଷା ପ୍ରମାଣପତ୍ର ପ୍ରଦାନକରିଥିଲେ, ଛାତ୍ରଛାତ୍ରୀ ମାନେ ନାଚ ଗୀତରେ ମନୋରଞ୍ଜନ କରିଥିଲେ,ସୁନ୍ଦର ଭାବରେ ବିଜ୍ଞାନମେଳା ଅନୁଷ୍ଠିତ ସୋଇଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




