ଓ.ପି. ଜିନ୍ଦଲ ସ୍କୁଲରେ ୧୧ତମ ବାର୍ଷିକ ପୁସ୍ତକ ମେଳା ଆୟୋଜିତ

ଅନୁଗୁଳ, ୨୨ ନଭେମ୍ବର, ୨୦୨୫ : ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ୨୧ ଏବଂ ୨୨ ନଭେମ୍ବର ଦୁଇ ଦିନ ଧରି ୧୧ତମ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି । ଜ୍ଞାନ ଓ ସୃଜନଶୀଳତାର ଏହି ଉତ୍ସବରେ ନୂଆ ନୂଆ ବହିର ସମାହାର ସହିତ ନୂଆ ଚିନ୍ତାଧାରା ଓ ଉତ୍ସାହର ଏକ ପରିବେଶ ସୃଷ୍ଟି ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ଜିନ୍ଦଲ ଷ୍ଟିଲ ଅନୁଗୁଳର ଜେନେରାଲ ମ୍ୟାନେଜର(ସିଏସଆର) ଶ୍ରୀଯୁକ୍ତ ଜୟନ୍ତ କୁମାର ମହାନ୍ତି ଉଦଘାଟନ କରିଥିଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, କର୍ମଚାରୀ ଓ ଅଭିଭାବକମାନଙ୍କୁ ସ୍ୱାଗତ କରିବା ସହ ଶିକ୍ଷା, ସାହିତ୍ୟ ଓ ଅଧ୍ୟୟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ଏହି ପୁସ୍ତକ ମେଳାରେ ଅକ୍ସଫୋର୍ଡ ପ୍ରକାଶନ, ସ୍କଲାଷ୍ଟିକ୍ ଇଣ୍ଡିଆ ଏବଂ ଦି ହିନ୍ଦୁ ଭଳି ଜଣାଶୁଣା ପ୍ରକାଶକଙ୍କ ପୁସ୍ତକ ପ୍ରଦର୍ଶିତ ହୋଇଥିଲା। ଅଧ୍ୟୟନରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ମେଳାରେ ପୁସ୍ତକ ଅନୁସନ୍ଧାନର ପ୍ରଚୁର ବିକଳ୍ପ ଥିଲା।ଗପ ଏବଂ ପାଠ୍ୟପୁସ୍ତକ ପୁସ୍ତକଠାରୁ ଆରମ୍ଭ କରି ପଜଲ୍, ଷ୍ଟେସନାରୀ ଏବଂ ଆକ୍ଟିଭିଟି ପୁସ୍ତକ ପର୍ଯ୍ୟନ୍ତ, ଏହି ମେଳା, ପ୍ରତ୍ୟେକ ଯୁବ ପାଠକ ତଥା ପୁସ୍ତକ ପ୍ରେମୀଙ୍କ ପାଇଁ କିଛି ନା କିଛି ପଢ଼ିବାର ସୁଯୋଗ ଆଣିଦେଇଥିଲା ।

ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ, ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଭିଭାବକମାନଙ୍କୁ ସେମାନଙ୍କ ଅଂଶଗ୍ରହଣ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ପୁସ୍ତକ ମେଳା ସ୍କୁଲର ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନ ଏବଂ ସୃଜନଶୀଳତାର ବିକାଶ ପାଇଁ ଏକ ସୁଯୋଗ ଆଣି ଥାଏ ।ଶିକ୍ଷା, ସାଧନା ଏବଂ ନୂଆ ନୂଆ ବିଷୟରେ ଜ୍ଞାନ ବଢ଼ାଇବା ପାଇଁ ଓ.ପି. ଜିନ୍ଦଲ ସ୍କୁଲ, ସବୁବେଳେ ପ୍ରୟାସ ଜାରି ରହିଛି, ଯାହା ୧୧ତମ ପୁସ୍ତକ ମେଳାର ସଫଳ ଆୟୋଜନରୁ ସ୍ପଷ୍ଟ ବାରି ହୋଇପଡୁଥିଲା । ସ୍କୁଲର ଶିକ୍ଷକ ଓ ସହକର୍ମୀଙ୍କ ସମର୍ଥନ ଏବଂ ପ୍ରୟାସ ବଳରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିଲା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

