*ଅସହାୟର ସହାୟକ ହେଲେ “ଛୋଟଏକ ପ୍ରୟାସ” ଅନୁଷ୍ଠାନ
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଥିବା ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ “ଛୋଟ ଏକ ପ୍ରୟାସ ” ସଦାସର୍ବଦା ଅସହାୟ ମାନଙ୍କ ସହ ଛିଡା ହୋଇ ସହାୟତା କରି ଆସୁଛି। ସେହିପରି ଏକ ମହତ କାର୍ଯ୍ୟପାଇଁ ଆଜି ହିନ୍ଦୋଳବାସିଙ୍କ ନିକଟରେ ଉଚ୍ଚ ପ୍ରଶଂସିତହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ ୧୧ ଜନାର୍ଦ୍ଦନପୁର ଗ୍ରାମର ସ୍ବର୍ଗତ ଦୁଆରୀ ନାହାକଙ୍କର ଅକାଳ ବିୟୋଗ ହୋଇଥିବା ଖବର ପାଇ ହିନ୍ଦୋଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ପକ୍ଷରୁ ଆଜି ସକାଳ ୯ଘ ରେ କିଛି ଶୁଖିଲା ଖାଦ୍ୟ, କିଛି ରାସନ ସାମଗ୍ରୀ, କମ୍ବଳ ଇତ୍ୟାଦି ପ୍ରଦାନ କରାଯାଇଥିଲା ଏବଂ ଆଗକୁ ଯଥାସମ୍ଭବ ଏହିପରି କାର୍ଯ୍ୟକ୍ରମ ଜାରିରହିବ ବୋଲି ଅନୁଷ୍ଠାନରେ ସ୍ୱଚ୍ଛସେବୀ ମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୱାର୍ଡର ପୂର୍ବତନ କାଉନସିଲର ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ବେହେରା, କାଉନସିଲର ଶୁଭଲଷ୍ମୀ ଦେହୁରୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଛୋଟ ଏକ ପ୍ରୟାସ ର ଏହିପରି ସେବାକାର୍ଯ୍ୟ ପାଇଁ ହିନ୍ଦୋଳ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି



