ପୁରୀ: ଖୁବ ଶିଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଜିନିଷ ଗଣତିମଣତି ପାଇଁ ଜାରୀ ହେବ ନୂଆ ଏସଓପି। ସେହି ଅନୁସାରେ କମିଟ ଏହି ଜିନିଷର ନାମ ଓ ସଂଖ୍ୟା ନିର୍ଦ୍ଧାରଣ କରିବେ। ତେବେ ଗୋଟିଏ ଦିନରେ ନୁହେଁ ପର୍ଯ୍ୟାୟ କ୍ରମେ ଏହି ଗଣତି ମଣତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।ସେ କହିଛନ୍ତି ଯେ, ଏହି ଗଣତିମଣତି ଅକ୍ଷୟ ତୃତୀୟ ପୂର୍ବରୁ ଶେଷ କରିବା ପାଇଁ ସେବାୟତମାନେ ଅନୁରୋଧ କରିଛନ୍ତି। ସେହି ଅନୁସାରେ ଖୁବ ଶିଘ୍ର ନିଷ୍ପତି ଗ୍ରହଣ କରାଯିବ ବୋଲି ଶ୍ରୀ ପାଢୀ କହିଛନ୍ତି। ସେହିପରି ସେ କହିଛନ୍ତି ଯେ, ଏମାର ମଠରୁ ବାହାରିଥିବା ରୂପା ଇଟା ମଧ୍ୟ ଶ୍ରୀମନ୍ଦିରକୁ ଅଣାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ସେ ପୁଣି କହିଛନ୍ତି ଯେ, ସୁନାବେଶ ଅଳଙ୍କାର ଆଉ ଏକ ସେଟ କରିବା ପାଇଁ କାମ ଆରମ୍ଭ ହୋଇଛି। ଏ ନେଇ ବଜେଟ ପାଶ ହୋଇଛି ବୋଲି ଶ୍ରୀ ପାଢୀ କହିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)