ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର
ଢେଙ୍କାନାଳ, ୨୩/୧୧: ଶ୍ରୀ ସତ୍ୟସାଇ ବାବାଙ୍କର ପବିତ୍ର ୧୦୦ତମ ଜନ୍ମ ମହୋତ୍ସବ ଶ୍ରୀ ସତ୍ୟସାଇ ସେବା ସମିତି, ଢେଙ୍କାନାଳ ଅନୁକୂଲ୍ୟରେ ସାଇ ମନ୍ଦିର ପି.ଡବ୍ଲ୍ୟୁ.ଡି. କଲୋନୀ ଠାରେ ଆଧ୍ୟାତ୍ମିକ ବାତାବରଣ ଭିତରେ ପାଳିତ ହୋଇଯାଇଛି । ଏଥିପାଇଁ ସାରିଅଁ, ଶ୍ୟାମାଚରଣପୁର, ଗଙ୍ଗୁଟିଆ, ମଜୁରୀ ତଥା ସୋଗରପଶି ଭଜନ ମଣ୍ଡଳୀରେ ବ୍ୟାପକ ସେବା କାର୍ଯ୍ୟକ୍ରମ କରାଯାଇଛି । ଜନ୍ମଦିନ ପ୍ରାତଃ ଘ.୪.୪୦ ମି. ସମୟରେ ନଗରକୀର୍ତନ ରୁ ଆରମ୍ଭ କରି ଦିବ୍ୟ ପ୍ରଶାନ୍ତି ଧ୍ଵଜା ଉତୋଳନ, ଷୋଡ଼ଶ ଉପଚାର ପୂଜା, ହୋମ ଏବଂ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଢେଙ୍କାନାଳ ପୌରାଧ୍ଯକ୍ଷା ଜୟନ୍ତୀ ପାତ୍ର ଏବଂ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ପାତ୍ରଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା । ଏହି ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଦିବା ଘ.୧୧.୩୦ମି.ରେ ନାରାୟଣ ସେବା, ବସ୍ତ୍ରଦାନ, ସମୂହ ପ୍ରସାଦସେବନ, ସାନ୍ଧ୍ୟ ଭଜନ, ୧୦୦ତମ ଜ୍ୟୋତି ପ୍ରଜ୍ବଳନ ଭଜନ, ଜନ୍ମଦିନ କେକ୍ ଅର୍ପଣ, ସତ୍ସଙ୍ଗ ସହିତ ଶେଷରେ ଶ୍ରୀ ସତ୍ୟ ସାଇଙ୍କୁ ମଙ୍ଗଳ ଆଳତୀ ପ୍ରଦାନ ସହିତ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସମିତିର ଆବାହକ ତପନ ସାହୁ ପରିଚାଳନା କରିଥିଲେ ଏବଂ ସାହାଯ୍ୟ କରିଥିଲେ । ଅଭୟ ରାଉତ, ଶତୃଘ୍ନ ମାଟି, ସୁବ୍ରତ ପ୍ରଧାନ, ଶ୍ରୀକାନ୍ତ ସାମଲ, ସାଇ ପ୍ରସାଦ ଶରଣ, ରଜତ ମହାପାତ୍ର, ନରହରି ବିଶ୍ବାଳ, ଉମେଶ ପ୍ରସାଦ ଶରଣ, ସାଇ ପ୍ରସାଦ ଶରଣ, ପ୍ରଶାନ୍ତ ନାୟକ, ସାଇ ଆରିୟନ୍ ଅମ୍ରିତ, ମାୟାଧର ସେଠି, ଜାନକୀ ଦେଇ, ସଂଯୁକ୍ତା ସାମଲ, ବିଜୟ ଲକ୍ଷ୍ମୀ ସାହୁ, ସୁଚିତ୍ରା ବେହେରା, ସର୍ଶଲତା ମାଟି, ଏସ୍.ଏଲ୍.ରାଜ୍ୟମ୍, ସଂଧ୍ୟା ମିଶ୍ର, କମଳିନୀ ସେଠି, କାଂଚନ ବାଳା ସାହୁ, ଜୟଶ୍ରୀ ସିଂହ, ପ୍ରଭାତି ମିଶ୍ର, କାନନବାଳା ପତି, ପ୍ରମିଳା ମହାଳିକ ଏବଂ ସବିତା ସାହୁ, ବିରଂବି ନାରାୟଣ ନାଥ, ନିତାଇ ପଟ୍ଟନାୟକ, ପ୍ରତିମା ପାଣିଗ୍ରାହୀ ଓ ଇତିଶ୍ରୀ ସିଂହଙ୍କ ସମେତ ବହୁ ସାଇଭକ୍ତ ଉପସ୍ଥିତ ଥିଲେ ।



