ନୂଆକୋଟ ଗ୍ରାମରେ ହିନ୍ଦୋଳ ପୋଲିସ ସମିତି ଦ୍ୱାରା ସଚେତନ ବାର୍ତ୍ତା।
ହିନ୍ଦୋଳ :26/11/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାଉଁଶ ପୋଖରୀ ପଞ୍ଚାୟତ ନୂଆକୋଟ ଗ୍ରାମରେ ଆଜି ହିନ୍ଦୋଳ ପୋଲିସ ସମିତି ଦ୍ୱାରା ଏକ ଆଇନ ସମ୍ବନ୍ଧିୟ ସଚେତନ ଶିବିର ଓ ସମ୍ବିଧାନ ଦିବସ ସଭା ଅନୁଷ୍ଠିତ ହୋଇଅଛି। ଉକ୍ତ ସଭାରେ ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତରାୟ, ସହଅଧିକାରିଣୀ ମାମିନି ପ୍ରଧାନ, ASI ଯଶବନ୍ତ ପ୍ରଧାନ ଏବଂ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ବେଆଇନ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ। ଥାନାଅଧିକାରିଣୀ ତାଙ୍କ ବକ୍ତବ୍ୟରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ନିଶା ନିବାରଣ, ସାଇବର ଠକେଇ ଓ 18ବର୍ଷ ବୟସ ରୁ କମ୍ ପିଲା ଗାଡି ଚାଳକ ଆଦି ବେଆଇନ କାର୍ଯ୍ୟ ବୋଲି ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ ଏବଂ ଏହି ସବୁ ଆଇନ ବିରୋଧ କାର୍ଯ୍ୟରୁ ଗ୍ରାମବାସୀ ସଚେତନ ରହିବାପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ସଚେତନ ଶିବିରରେ ନୂଆକୋଟ ଗ୍ରାମ ସଭାପତି ଭରତ ପ୍ରଧାନ ଏବଂ ଯୁବ ସମାଜସେବୀ ଦୁଃଶାସନ ନାଏକ ଉପସ୍ଥିତ ରହି ସହଯୋଗ କରିବାସହିତ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



