ଭୁବନେଶ୍ବର : ବିଧାନସଭା ପରିସରରେ ଏକାଠି ବସିଲେ ନବୀନ-ମୋହନ । ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା ପରିଦର୍ଶନ ଅବସରରେ ଯେତେବେଳେ ଫଟୋ ସେସନ ଚାଲିଥିଲା ସେତେବେଳ ଏକାଠି ଏବଂ ପାଖାପାଖି ବସିଥିବା ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ । ଗୋଟିଏ ଫ୍ରେମରେ ମହାମହିମ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳନେତା, ରାଜ୍ୟପାଳ ଏବଂ ବାଚସ୍ପତି ମଧ୍ଯ ରହିଥିଲେ । ମହାମହିମଙ୍କ ସହ ଫଟୋ ଉଠାଇବା ବେଳେ ନବୀନ-ମୋହନଙ୍କ ଏକାଠି ବସିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।ଖାଲି ବିଧାନସଭା ପରିସରରେ ନୁହେଁ ବରଂ ବିଧାନସଭା ଭିତରେ ଥିବା ୧୧ ନମ୍ବର ପ୍ରକୋଷ୍ଠରେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ପାଖାପାଖି ବସିଥିଲେ । ଦୁହେଁ କଥା ହେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳନେତା ନବୀନ ପଟ୍ଟନାୟକଙ୍କୁ କିଛି କଥା କହୁଥିବା କ୍ୟାମେରାରେ କଏଦ ହୋଇଥିଲା ।ତେବେ ସମ୍ପର୍କ ଏବଂ ସମ୍ମାନ ରାଜନୀତିରୁ ବହୁ ଉପରେ ବୋଲି ଏହି ଦୃଶ୍ୟ ସ୍ପଷ୍ଟ କହି ଦେଉଛି । ନିର୍ବାଚନ ବେଳେ ହେଉ କି ଅନ୍ୟ ସମୟରେ ସରକାରଙ୍କୁ ବିରୋଧୀ ଘେରିପାରନ୍ତି କିମ୍ବା ନିର୍ବାଚନ ମୈଦାନରେ ଜଣେ ଅନ୍ୟ ଜଣଙ୍କ ପ୍ରତି କଟୁ ସମାଲୋଚନା କରି କଡା ଶବ୍ଦ ପ୍ରୟୋଗ କରିପାରନ୍ତି ସତ ମାତ୍ର ବାକି ଦିନ ମାନଙ୍କରେ ଜଣେ ରାଜନେତା, ଅନ୍ୟ ଜଣେ ରାଜନେତାଙ୍କୁ ଯଥୋଚିତ ସମ୍ମାନ ଏବଂ ଭଲପାଇବା ଦେବାରେ ହେଳା କରନ୍ତିନି । ଯାହାର ବଡ଼ ଉଦାହରଣ ଏହି ଦୃଶ୍ୟ ବୋଲି ଚର୍ଚ୍ଚା ହେଉଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

