*ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା*

ବରଗଡ:(ପବିତ୍ର ମେହେର) ବରଗଡ ଜିଲ୍ଲା ଅମ୍ୱାଭୋନା ବ୍ଲକ୍ ଅନ୍ତର୍ଗତ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକକୁ ଶିକ୍ଷକ ସୁବୋଧ ଭୋଇ ପରିଚାଳନା କରିଥିଲେ। ଏହି ବିଜ୍ଞାନ ମେଳାରେ ୫୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରୀ ହିମାଦ୍ରି ପଧାନ, ବୈଶାଖୀ ପଧାନ ଓ ଜ୍ୟୋସ୍ନା ମେହେର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ ଓ ଅଭୟ ପଣ୍ଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଜ୍ଞାନ କ୍ଲବର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷକ ହରବଲ୍ଲଭ ପ୍ରଧାନ,ପ୍ରଭାତ କୁମାର ନାୟକ,ବଳରାମ ରଣା,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ପୁଷ୍ପାଙ୍ଗିନୀ ଭୁଏ,ମେନକା ମେହେର,ସବିତା ଦେହେରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ବରିଷ୍ଠ ହିନ୍ଦୀ ଶିକ୍ଷକ ସୁବୋଧ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।




