ଭଡ଼ିଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ରାଜ୍ୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷା ଟିମ
ଭଟଲି (ଅଭିମନ୍ୟୁ ପଧାନ): ବରଗଡ ଜିଲ୍ଲା ଭଟଲି ବ୍ଲକ ଅଧିନସ୍ଥ ଭଡ଼ିଗାଁ ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ରାଜ୍ୟ ସ୍ତରୀୟ ଏନକ୍ୱାସ ସମୀକ୍ଷ୍ୟା ଟିମ ପରିଦର୍ଶନ ରେ ଆସିଥିଲେ। ଏହି ଟିମ ରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କ୍ୱାଲିଟି ମ୍ୟାନେଜେର ଶ୍ରୀମତୀ ବିଳାସିନୀ ସାହୁ, ଦେବେଇ ପାଲି ବ୍ଲକ ର ଗୋଷ୍ଠୀ କାର୍ଯ୍ୟକ୍ରମ ପ୍ରବନ୍ଧକ ଦମୟନ୍ତୀ ଭୋଇ ପ୍ରମୁଖ ଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବରଗଡ ତରଫରୁ ପିପିଏମ ଦେବବ୍ରତ ମେହେର,ଭଟଲି ବିପିଏମ ଜୟ ପ୍ରକାଶ ପ୍ରଧାନ, ବିଏଏମ ଆଲୋକ ବିଶ୍ୱାଳ, ଏସଟିଏସ ସୁଶାନ୍ତ ପଧାନ, ଭିବିଡ଼ିଟି ଏସ ସୁଶୀଲ ପଧାନ ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି ସମୀକ୍ଷା ଦଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଦିଆ ଯାଉ ଥିବା ସେବା ଗୁଡିକୁ ଜାତୀୟ ସ୍ତରର ମାନଦଣ୍ଡ ହିସାବରେ ଉପଲବ୍ଧ ସେବା ଉପରେ ସମୀକ୍ଷା କରି ବିଭିନ୍ନ ରେକର୍ଡ ପତ୍ର ତଦାରଖ କରି ଥିଲେ। ଏହି ଅବସରରେ ଭଡ଼ିଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରୀତା ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଜୟନ୍ତୀ ସାହୁ, ସୁହାଗିନୀ ବର୍ଦ୍ଧନ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପୁର୍ଣିମା ପଧାନ, ଅନିତା ଦାଶ, ବିକାଶ ସ୍ୱାଇଁ ପ୍ରିୟବ୍ରତ ମହାପାତ୍ର, ପୁଷ୍ପା ମଞ୍ଜରୀ ସିଂ,ସୁଧା ସୁମନ ଟେଟେ, ପ୍ରଭାତ ନଳିନୀ ମହାପାତ୍ର ତଥା ଭଡ଼ିଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ସମସ୍ତ ଆଶା କର୍ମୀ ଉପସ୍ଥିତ ଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)