ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ କର୍ମଶଳା ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ ):-ବରଗଡ ଜିଲ୍ଲା ଭଟଲି ବ୍ଲକ ରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ କର୍ମଶଳା ଅନୁଷ୍ଠିତ ହୋଇ ଯାଇଅଛି l ଏଥିରେ ଭଟଲି ର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଆନନ୍ଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ପୁଜାହାରୀ ଅତିଥି ପରିଚୟ ପ୍ରଦାନ କରିଥଏଲେ l ଶିଶୁ ମାନଙ୍କ ପ୍ରତି ମା ମାନଙ୍କ କର୍ତବ୍ୟ କଣ, କିପରି ଭାବରେ ଶିଶୁ ମାନଙ୍କ ମାନସିକ ବିକାଶ ହେବ ତାହା ଉପରେ ଆଲୋକ ପାତ କରିଥଏଲେ l ଏହି କାର୍ଯ୍ୟକ୍ରମ ରେ ବହୁତ ମା ମାନେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ସମସ୍ତ କାମ ରେ ସହଯୋଗ କରିଥିଲେ l ଶେଷରେ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l




