ପିଏମଓ ପରିସରର ନାଁ ବଦଳାଯାଇଛି, ନୂଆ ନାଁ ରଖାଯାଇଛି, ଯାହା ହେଉଛି ସେବା ତୀର୍ଥ । ସେବାତୀର୍ଥର ନାଁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନାମିତ କରାଯାଇଛି । କୁହାଯାଉଛି ନାମ ପରିବର୍ତ୍ତନ ସହ ବିଚାର ମଧ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନାମରେ ରହିଛି ଜନକଲ୍ୟାଣ ବାର୍ତ୍ତା । ଏହାସହ କେନ୍ଦ୍ର ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ଭବନ କରାଯାଇଛି ।
ସେପଟେ ଓଡ଼ିଶାରେ ରାଜଭବନର ନାଁ ବଦଳିଛି । କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି । ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


