*ଜନତା ହାଇସ୍କୁଲରେ ରଙ୍ଗୋଲୀ ଓ ଝୋଟି ପ୍ରତିଯୋଗିତା*

ବରଗଡ:୫/୧୨(ପବିତ୍ର ମେହେର) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ମାଣବସା ଗୁରୁବାର ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଏକ ରଙ୍ଗୋଲୀ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ ସଂଯୋଜନା କରିଥିବା ବେଳେ ବିଚାରକ ଭାବରେ କଳା ଶିକ୍ଷକ ଅମୂଲ୍ୟ ଭୋଇ ଯୋଗ ଦେଇଥିଲେ।ରଙ୍ଗୋଲୀ ପ୍ରତିଯୋଗିତାରେ ପ୍ରାଚୀ ଓ ଭାରତୀ ପ୍ରଥମ,ବର୍ଷା ସା ଦ୍ଵିତୀୟ ଏବଂ ସିଦ୍ଧି ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଠିକ୍ ସେହିପରି ଝୋଟି ପ୍ରତିଯୋଗିତାରେ ଖୁସି ପଟେଲ ଏବଂ ନମୀତା ସାହୁ ପ୍ରଥମ,ଗୀତିକା ସୁନା ଦ୍ୱିତୀୟ ଏବଂ ତମନ୍ନା ବାରିକ ଓ ଡଲି ପଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।ରଙ୍ଗୋଲୀ ପ୍ରତିଯୋଗିତାରେ ୯ ଜଣ ଛାତ୍ରୀ ଓ ଝୋଟି ପ୍ରତିଯୋଗିତାରେ ୧୭ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ପରିଚାଳନାରେ ଶିକ୍ଷକ ଶ୍ରୀପତି ସାହୁ,ଆଶୁତୋଷ ଭୋଇ ବୋଧରାମ ବିଶ୍ୱାଳ, ତେଜରାମ ସା,ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ ଓ ପଦ୍ମଲୋଚନ ବିଶି ସହଯୋଗ କରିଥିଲେ।




