କେନ୍ଦୁଝର ଜିଲ୍ଲା ବନଖଣ୍ଡ ଚମ୍ପୁଆ ଉପଖଣ୍ଡରେ ହାତୀ ଆକ୍ରମଣରେ ଯୁବକ ମୃତ
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଯୁବକ ମୃତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଉଚ୍ଚବାଲି ଗ୍ରାମ ଜଙ୍ଗଲରେ ଥିବା ୩ଟିକିଆ ହାତୀପଲଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ମୃତକ ଜଣକ ହେଲେ ଭଣ୍ଡା ଗ୍ରାମର ସୈମେନ୍ଦ୍ର ମହାନ୍ତ l ସେ ହାତୀ ଦେଖିବାକୁ ଉଚ୍ଚବାଲି ଗ୍ରାମକୁ ଯାଇଥିଲେ ହାତୀ ଦେଖୁଥିବା ବେଳେ ହାତୀ ଗୋଡେଇବାରୁ ଦୈଡି ପଳାଉଥିବା ବେଳେ ତଳେ ପଡିଯାଇଥିଲେ ଫଳରେ ହାତୀ ମାଡିଦେବାରୁ ସେଠାରେ ସେ ଗୁରୁତର ଆହତ ହେଇଥିଲେ। ତାକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ମାତ୍ର ସେଠାରେ ଡାକ୍ତର ତାକୁ ମୣତ ଘେlଷଣା କରିଥିବା ନେଇ ସୂଚନା।ଜାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲାରେ ଖଣିଖନନ ପାଇଁ ଅତ୍ୟଧିକ ମାତ୍ରାରେ ଜଙ୍ଗଲ ନଷ୍ଟ ଯୋଗୁ ଜଙ୍ଗଲି ହାତୀପଲ ଏବେ ଗ୍ରାମାଭିମୁଖି ଓ ଏହାକୁ ନେଇ ବହୁ ସମୟରେ ଦେଖାଯାଏ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ହାତୀ ଆଉ ମଣିଷ ମଧ୍ୟରେ ସଂଘର୍ଷ ବଢ଼ିଥିବା ବେଳେ କେତେବେଳେ ମଣିଷ ହାତୀ ଆକ୍ରମଣ ଶିକାର ହେଉଛି ତ ଆଉ କେଉଁଠି କେତେବେଳେ ମଣିଷ ମାନଙ୍କ ଦ୍ବାରା ହାତୀ ମୃତ୍ୟୁ ମୁଖରେ ପଡୁଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



