ଅବୈଧ ଜଙ୍ଗଲି ବାରାହା ଶିକାର, ବାରାହା ମାଂସ ସହ ତିନି ଗିରଫ
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ଯୋଡ଼ା ସେକ୍ସନ ରେ ଅବୈଧ ଭାବେ ଜଙ୍ଗଲି ବାରାହା ଶିକାର କରି ତିନି ଗିରଫ। ଜଙ୍ଗଲ ରେ ଫାସ ବସାଇ ବାରହା ଧରି ମାଂସ କାଟୁଥିବା ବେଳେ ଚଢାଉ କଲା ବନ ବିଭାଗ l କଟା ବାରହା ମାଂସ ସହିତ ତିନି ଗିରଫ l ଛୁରି ପନିକି ଜବତ୍ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଯେlଡା ସେକ୍ସନର ମୁଟୁଦା ଗ୍ରାମ ନିକଟ ସୁନାନଦୀ ନିକଟରେ ଫାସ ପକାଇ ବାରହା ଧରି ଗ୍ରାମରେ ମାଂସ କାଟୁଥିବା ବେଳେ ଚଢାଉ କଲା ବନ ବିଭାଗ l ଫରେଷ୍ଟର ତ୍ରିନାଥ ଜେନା ଚଢାଉ କରି ଘଟଣା ସ୍ଥଳରୁ ଦଶ କେଜି ବାରହା ମାଂସ ସହିତ ଡଡୁଆ ଗ୍ରାମର ଗୁରୁଚରଣ ମୁଣ୍ଡା, ସୁରେନ୍ଦ୍ର ମୁଣ୍ଡା ଓ ରାଜେନ୍ଦ୍ର ମୁଣ୍ଡା କୁ ଗିରଫ କରିଥିବା ନେଇ ସୂଚନା । ତେବେ ବଡ଼ବିଲ ରେଞ୍ଜର ବିଭିନ୍ନ ସ୍ଥାନରେ ଏହିପରି ଅବୈଧ ଶିକାର ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇ ପାରିଲେ ଏଭଳି ଅବୈଧ ଶିକାର କୁ ରୋକାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-22-scaled.jpg)


