କଙ୍କଡ଼ାହାଡ଼ ଆକାଂକ୍ଷା ବ୍ଳକ୍ ର ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଢେଙ୍କାନାଳ, ତା. ୮.୧୨.୨୦୨୫- ଆଜି କଙ୍କଡ଼ାହାଡ଼ ବ୍ଳକ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆକାଂକ୍ଷା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ଆକାଂକ୍ଷା ବ୍ଳକ୍ ରେ ସ୍ୱାସ୍ଥ୍ୟ ଓ ପୌଷ୍ଟିକତା, ଶିକ୍ଷା, କୃଷିଭିତ୍ତିକ କାର୍ଯ୍ୟାଦି,ମୌଳିକ ସୁବିଧା ସୁଯୋଗ, ସାମାଜିକ ସୁରକ୍ଷା ଆଦି ନିମନ୍ତେ ସଂପୃକ୍ତ ବିଭାଗପକ୍ଷରୁ କରାଯାଉ ଥିବା କାର୍ଯ୍ୟର ସମୀକ୍ଷା କରିଥିଲେ । ବ୍ଲକରେ ହେଉଥିବା କାର୍ଯ୍ୟକ୍ରମର ଅଗ୍ରଗତିର ବିବରଣୀ ସଠିକ୍ ସମୟରେ ମିନିଷ୍ଟେରିଆଲ ପୋର୍ଟାଲରେ ଅପ୍ ଲୋଡ୍ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ, ଏହାଦ୍ୱାରା ଆମେ ହାତକୁ ଦେଇଥିବା କାର୍ଯ୍ୟ ଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରି ସଫଳତା ହାସଲ କରିପାରିବା ବୋଲି କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସଂଜୟ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, ଯୋଜନା ଓ ପରିସଂଖ୍ୟାନର ଉପନିର୍ଦ୍ଦେଶକ ଶ୍ରୀ ରାଜ ବଲ୍ଲଭ କର, କଙ୍କଡ଼ାହାଡ ବି.ଡ଼ି. ଓ. ଶ୍ରୀ ଯଶୋବନ୍ତ ଦେହୁରୀଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I



