ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା ଧର୍ମଗଡ ଏବଂ ମଦନପୁର ରାମପୁର ବ୍ଲକରେ ୫ ରୁ ୬ ଟି ଗ୍ରାମ ପଞ୍ଚାୟତର ଫ୍ରଣ୍ଟ ଲାଇନ ୱର୍କର “ଆଶା ଓ ଅଙ୍ଗନୱାଡ଼ି କର୍ମୀ ” ମାନଙ୍କୁ ନେଇ ‘ ( Soft Skills and Financial Training ) ଉପରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ କରାଯାଇଅଛି। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଉଛି ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ କିଭଳି ଭାବରେ ସମସ୍ୟାର ସମାଧାନ ନେଇପାରିବେ, ବିଷୟରେ ଟ୍ରେନିଂ ମାଧ୍ୟମ ରେ ଶିଖି ପାରିଲେ ଯାହା କି ଅନେକ ଗୁଡ଼ିଏ ଏକ୍ଟିଭିଟୀ ଜରିଆରେ ତାଲିମ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବ୍ଲକ ରେ୩୦ ଜଣ ଆଶା କର୍ମୀ ମାନଙ୍କୁ ତାଲିମ ଦିଆଯାଇଥିବା ବେଳେ ମଦନପୁର ରାମପୁର ବ୍ଲକରେ ୩୫ ଜଣ ଅଙ୍ଗୱାଡ଼ି କର୍ମୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇ ପ୍ରଶିକ୍ଷଣ କରାଯାଇଥିଲା। ଏହି ପ୍ରଶିକ୍ଷଣ ମମତା ସଂସ୍ଥା ର ଟ୍ରେନର ମି. କପିଲ ପ୍ରଦାନ କରିଥିଲେ। ସେ ଉକ୍ତ କର୍ମୀ ମାନଙ୍କୁ ବୁଝାଇଥିଲେ ଯେ ଆଜି ର ଦିନରେ ଆମେ କେମିତି ଭାବରେ ଆର୍ଥିକ ଓ ସମସ୍ୟା ଜଡ଼ିତ ପରିସ୍ଥିତି କୁ ସମାଧାନ କରିପାରିବେ ସେ ବିଷୟରେ ତାଲିମ ଦିଆ ଯାଇ ଥିଲା। କେମିତି କେଉଁ ପରିସ୍ଥିତି ର ସାମ୍ନା କରି ସେହି ସମସ୍ୟା ର ସମାଧାନ କରିପାରିବେ ସେ ସଂପର୍କ ରେ ତାଲିମ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରେ ଥିବା ବିଷବସ୍ତୁ ଗୁଡ଼ିକ ଥିଲା ଯୋଗାଯୋଗ, ଦଳଗତ କାର୍ଯ୍ୟ, ସମସ୍ୟା ସମାଧାନ, ଅନୁକୂଳନଶୀଳତା, ସମୟ ପରିଚାଳନା, ନେତୃତ୍ୱ, ସୃଜନଶୀଳତା, ଏବଂ ଭାବପ୍ରବଣ ବୁଦ୍ଧିମତ୍ତା ଭଳି ଦକ୍ଷତା ପ୍ରଦାନ କରାଯାଇଥିଲା। ଯାହା ସେମାନଙ୍କୁ ଭବିଷ୍ୟତରେ ଏହି ଶିକ୍ଷା ତଥା ତାଲିମ କାର୍ଯ୍ୟକୁ ସାଧାରଣ ଜୀବନ ଯାପନ ରେ କାର୍ଯ୍ୟକାରୀ କରିପାରିବେ।ଏହି କାର୍ଯ୍ୟକ୍ରମରେ ମଦନପୁର ରାମପୁର ବ୍ଲକ ରେ ମୁଖ୍ୟ ଅତିଥି ଭାବରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଜୟଶ୍ରୀ ସିଂ,ସମନ୍ୱିତ ଶିଶୁ ବିକାଶ ସେବା ପର୍ଯ୍ୟବେକ୍ଷିକା ଶ୍ରୀମତୀ ବନ ଜ୍ୟୋତ୍ସ୍ନା ସାହୁ , ସେକ୍ଟର ପର୍ଯ୍ୟବେକ୍ଷିକା ଶ୍ରୀମତୀ ସ୍ୱର୍ଣାଲତା ସାହୁ, ଶ୍ରୀମତୀ ଶ୍ରୀମତୀ ଯାନୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଞ୍ଚାରିତ କରିଥିଲେ।ଏବଂ ଧର୍ମଗଡ ବ୍ଲକ ରେ ସରପଞ୍ଚ ମହାଶୟ ଶ୍ରୀଯୁକ୍ତ ମୁକୁନ୍ଦ ଶବର ଯୋଗଦାନ ଦେଇଥିଲେ ଓ ପ୍ରଶଂସା କରି ତାଲିମ ପ୍ରାପ୍ତକାରୀଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ମମତା ର ଜିଲ୍ଲା ସଂଜୋଜିକା ବର୍ଷାରାଣୀ ଦାସ ଙ୍କ ସହିତ ମମତାର ସମସ୍ତ କର୍ତ୍ତା ମାନେ ମିଶିକି ସଫଳ ଭାବେ ପରିଚାଳିତ କରିଥିଲେ।



