*ଆଶ୍ରମ ବିଦ୍ୟାଳୟ ଗୋପାଳପୁରରେ ବିଶ୍ଵ ମାନବାଧିକାର ଦିବସ ପାଳିତ*

ବରଗଡ଼:: ୧୦/୧୨(ପବିତ୍ର ମେହେର)::ପ୍ରତିଦିନ ଆମ ଜୀବନରେ ମାନବ ଅଧିକାରର ପ୍ରାସଙ୍ଗିକତା ରହିଛି। ମାନବ ଅଧିକାର ସମାନତା, ନ୍ୟାୟ ଓ ସ୍ଵାଧୀନତା ପ୍ରତିଷ୍ଠା କରେ।ମାନବ ଅଧିକାରଗୁଡ଼ିକ ବିବେକାନୁମୋଦିତ, ନ୍ୟାୟସଙ୍ଗତ ଓ ନିୟନ୍ତ୍ରଣ ପରିସରଭୁକ୍ତ। ଏହି ପରିପ୍ରେକ୍ଷୀରେ ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟସ୍ତରରୁ ମାନବାଧିକାର ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ବିଶ୍ଵ ମାନବାଧିକାର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଉଚ୍ଛବ ଭୁଏ ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ତଥା ପରିବେଶବିତ ସଞ୍ଜୟ ଖମାରୀ ଯୋଗ ଦେଇ ବିଶ୍ଵ ମାନବାଧିକାର ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ବ୍ୟକ୍ତିର ମୌଳିକ ଅଧିକାର,ମହିଳା ସୁରକ୍ଷା ଓ ଅଧିକାର,ଶିଶୁ ସୁରକ୍ଷା ଓ ଅଧିକାର ଆଦି ବିଭିନ୍ନ ଅଧିକାର ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ଦେଇଥିଲେ।ଚଳିତ ବର୍ଷର ପ୍ରସଙ୍ଗ “ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା” ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ମମତା ସାହୁ,ପଞ୍ଚମୀ ନାଏକ,ତୁଳସୀ ସା, ମାନସୀ ଷଣ୍ଢ,ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଓ ରାଜୀବ ସାହୁ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।



