ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ, ପାସବୁକ୍, ଏଟିଏମ, ଚେକବୁକ୍ ଓ ମୋବାଇଲ୍ ଜବତ୍

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ରେ ଠକେଇ ଅଭିଯୋଗରେ ଜଣେ ଗିରଫ, ଏଟିଏମ କାର୍ଡ, ପାସବୁକ୍, ଚେକବୁକ୍ ଓ ମୋବାଇଲ୍ ଜବତ୍।ବିଭିନ ବ୍ୟ।ଙ୍କରେ ଆକାଉଣ୍ଟ ଖୋଲି ଅନଲାଇନ ରେ ଅର୍ଥ କାରବାର କରୁଥିବା ଅଭିଯୋଗ ରେ ଯୋଡା ପୋଲିସ ଦେବଗଡ଼ ଜିଲ୍ଲାର ଚନ୍ଦ୍ର କାନ୍ତ ସାମଲ ଙ୍କୁ ଗିରଫ କରିଛି ।ପୋଲିସ ଏହି ଅନଲାଇନ ଠକେଇ ରେ ବ୍ୟବହୃତ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟକୁ ଜବତ କରିଛି ପୋଲିସ୍ । ଏ ନେଇ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଅଭିଯୁକ୍ତ ଜଣକ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଠକେଇ ଓ ଅର୍ଥ କାରବାର।କରୁଥିଲେ । ।ପୋଲିସ ବ୍ୟାଙ୍କ୍ ଆକାଉଣ୍ଟ କୁ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ,ଅଭିଯୁକ୍ତ ର ଅନ୍ୟ କୌଣସି ବ୍ୟବସାୟୀକ ବୃତ୍ତି ବା କାର୍ଯ୍ୟ ନ ଥାଇ ଅନଲାଇନ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା କାରବାର କରି ଆସୁଥିଲା ।ଦେବଗଡ଼ ଜିଲ୍ଲା ଏବଂ ପଡୋଶୀ ଅଞ୍ଚଳର ନିରୀହ ଲୋକ ମାନଙ୍କ ଠାରୁ ବହୁ ବ୍ୟାଙ୍କ୍ ଆକାଉଣ୍ଟ ସଂଗ୍ରହ କରି ଅନଲାଇନ ଠକେଇ କାର୍ଯ୍ୟ କଲ।ପରେ ବ୍ୟବହାର କରିବା ପାଇଁ ମଧ୍ୟସ୍ଥି ଙ୍କୁ ଯୋଗାଇ ଥିବା ସେ ପୋଲିସ ଆଗରେ ସ୍ବୀକାର କରିଛନ୍ତି ।ଅଭିଯୁକ୍ତ ଙ୍କ ଠାରୁ ପୋଲିସ ୫ଟି ବିଭିନ୍ନ ବ୍ୟାଙ୍କ୍ ର ଏ ଟି ଏମ ,ଦୁଇଟି ଚେକ୍ ବୁକ୍, ଗୋଟିଏ ପାସ ବୁକ୍,ଓ ସେ ବ୍ୟବହାର କରିଥିବା ମୋବାଇଲ ଫୋନ୍ କୁ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




