ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ଘାଟିତ

ତା ୧୩/୧୨/୨୦୨୫- ଓଡ଼ିଶା ରେଡକ୍ରସ୍ ସୋସାଇଟି ସହାୟତା କ୍ରମେ ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଯୁବ ରେଡ଼କ୍ରସର ଅଧ୍ୟକ୍ଷ ତଥା ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ପୁର୍ଣ୍ଣ ଚନ୍ଦ୍ର ବରାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ମୂଖ୍ୟ ବକ୍ତା ଡ ଭୂପେଶ ଚନ୍ଦ୍ର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସ୍ ର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲା ରକ୍ତ ଦାତା ସଙ୍ଘର ପ୍ରତିଷ୍ଠାତା ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ ର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ପ୍ରାକ୍ତନ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ଯୁବ ରେଡକ୍ରସ୍ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସ୍ଵପ୍ନିତା ରାଉତ ମାନବ ସେବା ହିଁ ମାଧବ ସେବା ବୋଲି ମତବ୍ୟକ୍ତ କରିଥିଲେ। ଯୁବ ରେଡକ୍ରସ୍ ଅଧିକାରୀ ନବ କିଶୋର ସି ଶିବିରେର ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଅଧ୍ୟକ୍ଷ ଶ୍ରୀ ଦାଶ ଯୁବ ନେତୃତ୍ବ ଓ ଉତ୍ସର୍ଗୀକୃତ ସେବା ହିଁ ସାମାଜିକ ପରିବର୍ତ୍ତନ ର ବାହକ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନେ ଦୃଢ଼ ଇଚ୍ଛାଶକ୍ତି ଓ ଦିଗନ୍ତ ବିସ୍ତାରୀ ସ୍ବପ୍ନ ମାଧ୍ୟମରେ ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ ବୋଲି ଆହ୍ଵାନ ଦେଇଥିଲେ। ଆମ ଗୌରବ ଆମ କଲେଜର ସଂଯୋଜିକା ଅଧ୍ୟାପିକା ଶୁଭ ସ୍ମିତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସୋମନାଥ ପଣ୍ଡା, ଅଧ୍ୟାପକ ମନୋରଂଜନ ବେହେରା, ସୁଧାଂଶୁ ଶେଖର ପାତ୍ର, ଲଳିତ କୁମାର ବେହେରା,ଅଧ୍ୟାପିକା ସବିତା ଦେହୁରୀ, ପ୍ରତିଭା ଦାଶ, ଅର୍ଚ୍ଚିତା ମହାମାନସିଂ, ବିଜୟିନୀ ଲେଙ୍କା, ବିଦ୍ୟାବତୀ ରାଜୀନ୍ଦ୍ର ଓ ଫକୀର ମୋହନ ଲେଙ୍କା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ ପୂର୍ବକ ସହାୟତା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ମହାବିଦ୍ୟାଳୟ ର ୧୩୦ଜଣ ଛାତ୍ରଛାତ୍ରୀ ଓ ପରାମର୍ଶଦାତା ଯୋଗ ଦେଇଛନ୍ତି। ଏହି ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।



