ମୋଟରସାଇକେଲ କୁ ଧକ୍କାଦେଲା ବୋଲେରୋ ଦୁଇ ଗୁରୁତର, ବୋଲେରୋ ଫେରାର୍

କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ କାଟେସାହି ନିକଟରେ ଏକ ଅଜଣା ଵଲେରୋ ଏକ ମୋଟର ସାଇକେଲ କୁ ସାମ୍ନା ପଟୁ ଧକ୍କା ଦେବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା।ସୂଚନା ଅନୁଯାୟୀ ସୋମବାର ପ୍ରାୟ ୧.୩୦ ଘଟିକା ସମୟ ରେ ଏକ ମୋଟର ସାଇକେଲ ଯାହାର ନମ୍ବର(OD 09Z 2314) ରେ ୨ ଜଣବ୍ୟକ୍ତି ଚୋରମାଲଦା ରୁ କାଟେସାହି ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଵଲେରୋ ଗାଡି ଦ୍ରୁତଗତିରେ ଆସି ନିୟନ୍ତ୍ରଣ ହରାଇ ସାମ୍ନା ପଟୁ ଉକ୍ତ ବାଇକକୁ ଧକ୍କା ଦେଇ ସେଠାରୁ ଚୋରମାଲଦା ରାସ୍ତା ରେ ଫେରାର ହୋଇଯାଇଥିଲା।ଯାହା ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣ ଗୁରୁତର ଅବସ୍ଥାରେ ପଡିରହିଥିଲେ।ଘଟଣାର କିଛି ସମୟ ପରେ ସେହି ରାସ୍ତା ଦେଇ ସ୍ଥାନୀୟ ଲୋଇଡାପଦା ସରପଞ୍ଚ ବିଳାସିନି ଓରାମ ଯାଉଥିବା ବେଳେ ନଜର ପଡିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ଯୋଡ଼ା ଟାଟା ଷ୍ଟିଲ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।ମେଡିକାଲ ରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖି ଡ଼ାକ୍ତର ସେମାନଙ୍କର ପ୍ରାଥମିକ ଚିକିତ୍ସା କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ନେଇ ସୂଚନା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ୨ ଜଣ କାଟେସାହି ଗ୍ରାମ ନାୟବାଦୀ ଅଞ୍ଚଳର ରୂପେଶ ମୁଣ୍ଡା ଏବଂ ଅଜୟ ମୁଣ୍ଡା ବୋଲି ଜଣା ପଡିଛି।ଖବର ପାଇ ରୁଗୁଢ଼ୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ି ଟିକୁ ଧରିବା ପାଇଁ ଖାନତଲାସୀ ଜାରି ରଖିଥିବା ଜଣାପଡିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



