ବକେୟା ଦରମା ସହ କାର୍ଯ୍ୟରୁ ବହିଷ୍କାର କରିଦେବା ଧମକ ବିରୁଦ୍ଧରେ ଧାରଣା

କଟକ ୧୭-୧୨-୨୦୨୫ ରିଖ ଶୈଳବାଳା ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟ ହଷ୍ଟେଲ ଓ୍ବାର୍କରସ ୟୁନିୟନ ତରଫରୁ ଦୀର୍ଘ ଦିନର ଦାବି ଗୁଡ଼ିକ ଆଜି ସୁଦ୍ଧା ପୂରଣ କରାଗଲା ନାହିଁ। ବରଂ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର କରିବାପାଇଁ ବାରମ୍ବାର ଧମକ ଦିଆ ଯାଉଅଛି। ପ୍ରକାଶ ଥାଉ କି, ଶୈଳବାଳା ମହିଳା ମହାବିଦ୍ୟାଳୟ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀମାନେ ଶ୍ରମ ଆଇନ ମୁତାବକ କୌଣସି ସୁବିଧା ସୁଯୋଗ ପାଇଲେ ନାହିଁ।ବିଗତ ଦିନରେ ଯେଉଁ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଅଛି ସେମାନଙ୍କୁ ମଧ୍ୟ ଆଜିସୁଦ୍ଧା କୌଣସି ଶ୍ରମ ଆଇନ ମୁତାବକ ପ୍ରାପ୍ୟ ପାଉଣା ପ୍ରଦାନ କରାଯାଇନାହିଁ। ସେମାନେ କିପରି ଜୀବିକା ନିର୍ବାହ କରିବେ ସେଥିପାଇଁ କର୍ତ୍ତୃପକ୍ଷ ବିଚାର କରୁନାହାନ୍ତି। ଯାହା ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଉଛି।ଏହାର ପ୍ରତିବାଦରେ ଆଜି ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଶୈଳବାଳା ମହିଳା ହଷ୍ଟେଲ ଓ୍ବାର୍କରସ ୟୁନିୟନ ତରଫରୁ କଲେଜ ନିକଟରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଲେଜର ଅଧ୍ୟକ୍ଷ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।ଦେଖା ଦେଉଥିବା ସମସ୍ୟାର ସମାଧାନ କରିବାପାଇଁ ସଂଘ ତରଫରୁ ଅଧ୍ୟକ୍ଷଙ୍କୁ ନିବେଦନ କରାଯାଇଥିଲା।ସଂଘର ସଭାପତି ବସନ୍ତ କୁମାର ସାହୁ,ସାଧାରଣ ସମ୍ପାଦକ ବିନୋଦ କୁମାର ରଣା, ଭାଗିରଥି ବଳ,ମଥୁରୀ ଜେନା,ମିନତି ଓଝା,ସ୍ନେହମୟୀ ମହାପାତ୍ର,ରଞ୍ଜିତା ମିଶ୍ର,କେ,ଲକ୍ଷ୍ମୀ, ସୁନ୍ଦରୀ ମଲ୍ଲିକ,ଝୁନା ନାୟକ, ଜୟନ୍ତୀ ଖୁଣ୍ଟିଆଙ୍କ ସହିତ ଅନେକ ହଷ୍ଟେଲ କର୍ମଚାରୀ ମାନେ ଏହି ଧାରଣାରେ ସାମିଲ ହୋଇଥିଲେ।




