ଦୁର୍ଗମ ଅଞ୍ଚଳର ଶିକ୍ଷାବ୍ୟବସ୍ଥାର ବିକଲଚିତ୍ର,,,।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବୁଡିଦର ପଞ୍ଚାୟତ ଅଧିନସ୍ଥ ବନ ପାହାଡ ଘେରା ଲଖନାପଡା ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷାବ୍ୟବସ୍ଥାର ଅଶଲଚିତ୍ର ସାମ୍ମାନକୁ ଆସିଛି।ଏହି ବିଦ୍ୟାଳୟ ୨୨ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଜନେ ଶିକ୍ଷକ ଥିବା ବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣି ପର୍ଯ୍ୟନ୍ତ ରହିଚି l ଏହି ସ୍କୁଲ ରେ ଦୁଇଟି ବିଦ୍ୟାଳୟ କୋଠରୀ ରହିଚି l ଗୋଟିଏ କୋଠରୀରେ ପାଠ ପଢା ଯାଉ ଥିବା ବେଳେ ଅନ୍ୟ ଏକ କୋଠରି ରେ ମଧ୍ୟାହ୍ନ ଭୋଜନ ରୋଷେଇ ହଉଥିବା ଦେଖିବାକୁ ମିଳିଛି lସେହି ସ୍କୁଲର ଜନେ ମାତ୍ର ଶିକ୍ଷକ ବିଶିକେସନ ନାଏକ ଅଛନ୍ତି l l ଏବ୍ଂ ଶିକ୍ଷକ ଜନକ ମଧ୍ୟାହ୍ନ ଭୋଜନ ସାରିବା ପରେ ସ୍କୁଲ ବନ୍ଦ କରିଦେଉଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି l ସରକାର ହଜାର ହଜାର ଟଙ୍କା ଦରମା ଦେଇ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢେଇବାପାଇ ନିୟୋଜିତ କରୁଛନ୍ତି l ଛାତ୍ର ଛାତ୍ରୀ ମାନେ କିପରି ପାଠ ପଢିବେ ସେ ନେଇ ସରକାର ସମସ୍ତ ବ୍ୟବସ୍ତା କରୁଥିବା ବେଳେ କିଛି ଶିକ୍ଷକ ଙ୍କ ପାଇଁ ତାହା ଠିକ୍ ଭାବେ କାର୍ଯ୍ୟକାରି ହେଇ ପାରୁନାହିଁ l ସରକାର ଙ୍କ ବ୍ୟବସ୍ତା ଠିକ୍ ଭାବେ ଶିକ୍ଷକ ମାନେ କାର୍ଯ୍ୟକାରି ନ କରିବା ଏବ୍ଂ ଠିକ୍ ଭାବେ ପାଠ ନ ପଢାଇ ହେତୁ ଶିକ୍ଷକ ମାନେ ଗରିବ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତକୁ ଅନ୍ଧାରରେ ପକେଇଥିବା ଦେଖିବାକୁ ମିଲୁଛି l ଆମେ ଆଜି ସ୍କୁଲ କୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଶିକ୍ଷକ ସ୍କୁଲ ପରିସରରେ ଗାଢ ନିଦ୍ରାରେ ଶୋଇଥିବାବେଲେ ଛାତ୍ରଛାତ୍ରୀ ମାନେ ବାହାରେ ବୁଲୁଥିବା ଦ୍ରୃଶ୍ୟ ସାମ୍ନାକୁ ଆସିଅଛି l ସେହି ଶିକ୍ଷକଙ୍କୁ ଆମେ ସ୍କୁଲ ସମୟ ରେ କlହିକି ଶୋଇଛନ୍ତି ପଚାରିବାରୁ ସେ ବିଇଓ ଙ୍କୁ ଜାଇପଚାରବୋଲି କହିଥିଲେ l ଶିକ୍ଷକ ଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ଯଜନକ ହୋଇଥିବା ବେଳେ ଗ୍ରାମବାସି ମାନେ ବାରମ୍ବାର ଶିକ୍ଷକ ପଦବୀ ପାଇଁଓଶିକ୍ଷକଙ୍କ ଏଭଲି କାର୍ଯ୍ୟକୁଦେଖି ଅଭିଯୋଗ କରିଥିଲେ ସୁଧା ବିଇଓ ତପନ ମାଝୀ କାହିଁକି ନିରବ ରହିଛନ୍ତି,ଶିକ୍ଷକ ତାଙ୍କ ଛତ୍ରଛାୟା ତଳେ ରହିନାହାନ୍ତିତୋ।ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏନେଇ ଜୁନାଗଡ ବିଇଓ ତପନ ମାଝୀ ଙ୍କୁ ପଚାରିବାରୁ ଏହି ଘଟନା ଉପରେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ lଦେଖାଯାଉ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଶିକ୍ଷକଙ୍କ ପ୍ରତି ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




