ଵମ୍ବେ ଉଚ୍ଚ ଅଦାଲତକୁ ବୋମା ଧମକ ଦିଅଯାଇଛି । ଫଳସ୍ଵରୂପ ନ୍ୟାୟଳୟ ପରିସରରେ ଆତଙ୍କ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ମୁମ୍ବଇର ବାନ୍ଦ୍ରା ଏବଂ ଏସ୍ପ୍ଲାନେଡ୍ ଅଦାଲତ ସମେତ ଅନ୍ୟ ଅଦାଲତକୁ ଖାଲି କରିଦିଆଯାଇଛି । ସୂଚନା ଅନୁସାରେ ଦକ୍ଷିଣ ମୁମ୍ବଇର ଫୋର୍ଟ ଅଞ୍ଚଳରେ ଅବସ୍ଥିତ ବମ୍ବେ ଉଚ୍ଚ ଅଦାଲତକୁ ଇ-ମେଲ୍ ଯୋଗେ ବୋମା ଧମକ ଦିଆ ଯାଇଛି ।
ଯାହା ପରେ ଅଦାଲତ ପରିସରରେ ଆତଙ୍କ ଖେଳି ଯାଇଥିଲା । ଅଦାଲତ ପରିସର କିଛି ସମୟ ପରେ ଖାଲି ହୋଇ ଯାଇଥିଲା । ଖବର ପାଇଁ ଅଦାଲତ ପରିସରରେ ମୁମ୍ବଇ ପୁଲିସ ବୋମା ଚିହ୍ନଟ ଦଳ ମୃତୟନ କରିଥିଲା ।କିନ୍ତୁ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିପାରି ନାହିଁ । ଧମକପୂର୍ଣ୍ଣ ଇମେଲର ଉତ୍ସ ଖୋଜିବା ପାଇଁ, ମୁମ୍ବଇ ପୋଲିସ ପ୍ରେରକଙ୍କୁ ଚିହ୍ନଟ କରିବା ଏବଂ ଏହାର ଉଦ୍ଦେଶ୍ୟ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି । ମୁମ୍ବଇ ପୁଲିସ ଆୟୁକ୍ତଙ୍କ ଅନୁଯାୟୀ, ମୁମ୍ବଇର ଅନେକ ଅଦାଲତ ଏବଂ ବ୍ୟାଙ୍କକୁ ଇମେଲ୍ ମାଧ୍ୟମରେ ବୋମା ଧମକ ଜାରି କରାଯାଇଛି । ଏଥିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଆୟୁକ୍ତ । ସେ ଆହୁରି କହିଛନ୍ତି ଯେ, ପୁଲିସ ଦଳ ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଫା ଏବଂ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-1-scaled.jpg)

