ବଅଁରପାଳ, ୧୯/୧୨-ବଅଁରପାଳ ବ୍ଲକ ଗୋତମରା ସରକାରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ପ୍ରଧାନଶିକ୍ଷକ ଅର୍ଜୁନ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡାର ଶୁଭାରମ୍ଭ କରିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋତମରା ସରପଞ୍ଚ ମଣ୍ଟୁ ବରାହ, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ମାଝୀ, ପଞ୍ଚସଖା ଶିକ୍ଷାସେତୁ ସଭାପତି ରଞ୍ଜିତ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ପୁରନ୍ଦର ବିଶ୍ୱାଳ ଯୋଗ ଦେଇଥିଲେ l ମଞ୍ଚାସୀନ ଅତିଥି ମାନେ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ନୃତ୍ୟଗୀତ ପରିବେଷଣ କରିଥିଲେ l ସୁରେନ୍ଦ୍ର ପରିଡା , ତନ୍ମୟ ମଲ୍ଲିକ କ୍ରୀଡା ପରିଚାଳନା ଓ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷୟତ୍ରୀ ଅନସୂୟା ଖଟୁଆ, ନମିତା ମିଶ୍ର, ସଂଘମିତ୍ରା ପ୍ରଧାନ, ମନୀଷା ପଢ଼ିଆରୀ ଓ ଶିକ୍ଷକ ଅଶୋକ ନାଥ ଉତ୍ସବରେ ସହଯୋଗ କରିଥିଲେ l ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ସାହୁ କ୍ରୀଡା ପତାକା ଅବତରଣ କରିଥିଲେ ଓ ଶିକ୍ଷକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

June 1, 2026/
No Comments


