ବଅଁରପାଳ,୧୭/୧୯ -୧୨ (ନିପ୍ର)- ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମର ଅବସରପ୍ରାପ୍ତ ଯବାନ ତଥା ବଅଁରପାଳ ହବର ସଦସ୍ୟ ଦେବରାଜ ସାହୁ(୮o)ଙ୍କର ପରଲୋକ ଅବସରରେ ଅନୁଗୋଳ ଡିଫେନ୍ସ ଭେଟେରାନ ଆସୋସିଏସନ ସଦସ୍ୟ ମାନେ ଗ୍ରାମରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କର ମର ଶରୀରରେ ଜାତୀୟ ପତାକା ପକାଇ ଶେଷ ସମ୍ମାନ ଜଣାଇଥିଲେ l ଶ୍ରୀ ସାହୁଙ୍କ ପାର୍ଥବ ଶରୀରକୁ ତାଙ୍କ ନିଜ ଯାଗାରେ ସତ୍କାର କରା ଯାଇଥିଲା l ଭେଟେରାନ ଆସୋସିଏସନ ର ସଭାପତି ଅନୀଲ କୁମାର ମହାନ୍ତି ଙ୍କ ସମେତ ଭେଟେରାନ ଶରତ ବିଶ୍ୱାଳ, ପ୍ରମୋଦ ଜେନା, ଯୁଗଳ କିଶୋର ସାହୁ, ରଞ୍ଜିତ ଜେନା, କୃପାସିନ୍ଧୁ ବାବୁ ଓ ଅନାମ ବାବୁଙ୍କ ସମେତ ବହୁ ସଦସ୍ୟ ତାଙ୍କର ସ୍ମୁତିଚାରଣ କରିଥିଲେ ଓ ଗ୍ରାମବାସୀଙ୍କ ସହ ସତ୍କାର କାର୍ଯ୍ୟରେ ଯୋଗ ଦେଇଥିଲେ l

June 1, 2026/
No Comments


