*ଗଙ୍ଗେଇ ଗ୍ରାମରେ ହାତୀ ସୁରକ୍ଷା ସଚେତନତା ଅଭିଯାନ*

ବରଗଡ଼:୧୯/୧୨(ପବିତ୍ର ମେହେର)::ମନୁଷ୍ୟ ସହ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ଏକାନ୍ତ ଆବଶ୍ୟକ।ଏହି କ୍ରମରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ଜନତା ହାଇସ୍କୁଲ ଭୁକ୍ତାର ଇକୋ କ୍ଲବ୍ ଆନୁକୂଲ୍ୟରେ ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ଆହ୍ବାନ କ୍ରମେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟୁତ୍ ବିଭାଗ ବରଗଡ଼ର ସହ ନିରୀକ୍ଷକ ବିଶାଳ ତିର୍କୀ,ମୁଖ୍ୟ ବକ୍ତା ଭାବରେ ଭଟଲିର ସହ ବନ ସଂରକ୍ଷକ ସୁବୋଧ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ବନ୍ୟପ୍ରାଣୀ ବନପାଳ ସଞ୍ଜୀବ ପଣ୍ଡା ଓ ଗୋପାଳପୁର ଆଶ୍ରମ ସ୍କୁଲର ଇକୋ କ୍ଲବ୍ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ ଯୋଗ ଦେଇଥିଲେ।ଉପସ୍ଥିତ ସମସ୍ତ ପ୍ରକୃତି ପ୍ରେମୀ ଓ ଗ୍ରାମବାସୀ “ବିଦ୍ୟୁତ ତାରକୁ ସୁରକ୍ଷିତ କରିବା,ହାତୀ ଜୀବନକୁ ରକ୍ଷା କରିବା”, ଜଙ୍ଗଲ ବଞ୍ଚିଲେ ଜୀବନ ମିଳେ,ତା’ଠାରୁ ସୁନ୍ଦର ଜୀବ ବଞ୍ଚିଲେ” ଆଦି ସ୍ଲୋଗାନ ଦେଇ ସମସ୍ତଙ୍କୁ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତା ଦେଇଥିଲେ। ବନ୍ୟପ୍ରାଣୀ ସହ ସଂଘର୍ଷ ନ କରି ହାତୀ ପରି ଜୀବର ସୁରକ୍ଷା କରିବା ସହ ବନ୍ୟପ୍ରାଣୀଙ୍କ ଦ୍ବାରା କ୍ଷୟକ୍ଷତି ହେଲେ ଅନୁକମ୍ପା ଆପ୍ ମାଧ୍ୟମରେ କିପରି ସହାୟତା ପାଇବେ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥଲା।ଶିକ୍ଷକ ସୁବାସ ଚନ୍ଦ୍ର ଖମାରୀ,ପ୍ରକାଶ ପଧାନ,ବନପାଳ କମଳେଶ ବାରିକ ଓ ବନପାଳ ପର୍ଶୁରାମ ବେହେରା, ବନରକ୍ଷୀ ନଳିନୀ ଭୁଏ, ସୁପ୍ରିୟା ଭୁଏ ଓ ସଞ୍ଜୀବ ଭୁଏଙ୍କ ସମେତ ଗଙ୍ଗେଇ ଗ୍ରାମବାସୀ ସହଯୋଗ କରିଥିଲେ।ପ୍ରକୃତି ବନ୍ଧୁ ରୋହିତ ଭୁଏ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

