
“ଅଞ୍ଚଳ ବାସୀଙ୍କ ପ୍ରତି ଅଭିଶାପ ପାଲିଟିଛି କି ଲଷ୍ମୀବସ ?ବସଷ୍ଟପ ଅଛି କାହା ପାଇଁ ? ଉତ୍ତର ରଖିବେ କି ଅଞ୍ଚଳର ଜନପ୍ରତିନିଧି ଜବାବ ମାଗୁଛି ସାଧାରଣ ଜନତା”

ବରଗଡ:୨୦/୧୨(ପବିତ୍ର ମେହେର) ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର କଥା l ସ୍ଥାନୀୟ ଟେଲିଫୋନ ଏକ୍ସଚେଞ୍ଜ ଦେଇ ଯାଇଥିବା ଟୋପ, ସିଂହପାଲି, ବନହର, କୁକେତିରା, ପାହାଡ଼ଶ୍ରୀଗୀଡ଼ା ତଥା ବୀର ଜନାର୍ଦ୍ଦନ ସିଂ ନାମରେ ପରିଚିତ ଥିବା ଏ ରାସ୍ତା ଟି ବାରପାହାଡ଼ ପର୍ଯ୍ୟଟନ ସ୍ଥଳୀ ତଥା ହୀରାକୁଦ ଜଳଭଣ୍ଡାରକୁ ସଂଯୋଗ କରୁଥିବା ରାସ୍ତା।ଆର ଡ଼ି, ପ୍ରଧାନ ମନ୍ତ୍ରୀ ରାସ୍ତା ଦେଇ ଯାଉଥିବା ସରକାରଙ୍କ କମ ମୂଲ୍ୟରେ ସେବା ଯୋଗାଇବା ପାଇଁ ଥିବା ଲଷ୍ମୀବସ କାହା ପାଇଁ ? ଏ ରାସ୍ତାଟି ଟୋପ, ହିର୍ଲିପାଲି, ଅମଲିପାଲି,ଜାଙ୍ଗେଡ଼ ଓ ପାହାଡ଼ଶ୍ରୀଗୀଡ଼ା ଗ୍ରାମ ପଂଚାୟତର ସରପଞ୍ଚଙ୍କ ମୁଖ୍ୟ ଅଧୀନରେ ଥିବାବେଳେ ସତେ ଯେମିତି ଅଞ୍ଚଳ ବାସୀଙ୍କୁ ସରକାରଙ୍କ କମ ମୂଲ୍ୟରେ ସେବା ଯୋଗାଇବା ବ୍ୟବସ୍ଥା ଏଠି ଫେଲ୍ ମାରିଛି । ଯାତାୟତ ସେବା ଠପ ହୋଇପଡ଼ିଛି।ତେବେ କାହା ପାଇଁ ଅଞ୍ଚଳରେ ଜନପ୍ରତିନିଧିତ୍ବ କରୁଥିବା ଜନ ପ୍ରତିନିଧି ? ସରକାରଙ୍କ କମ ମୂଲ୍ୟରେ ଯାତାୟତ ସେବା ଯୋଗାଇବାରେ ଫେଲ୍ ମାରିଛି ଲଷ୍ମୀବସ୍ ।ଆମ ଓଡିଶା ନବୀନ ଓଡିଶା ନାମରେ ଟୋପ ଗ୍ରାମ ପଂଚାୟତ ରେ ଥିବା ସିଂହପାଲି ସ୍କୁଲ ପାଚେରୀକୁ ଲାଗି ତିଆରି ହୋଇଥିବା ଲଷ୍ମୀବସ୍ ଷ୍ଟପରେ ସୂଚନା ଫଳକ ଥିବାବେଳେ ଅନୁଦାନ ରାଶି ପାଞ୍ଚ ଲକ୍ଷ ବୋର୍ଡ଼ ରେ ଲେଖା ଯାଇଛି, କେବେ କାର୍ଯ୍ୟ ଆରମ୍ଭ ହେଲା ଓ କେବେ କାର୍ଯ୍ୟ ଶେଷ ତାହା ଆଜି ପର୍ଯ୍ୟନ୍ତ ଲେଖା ଯାଇନାହିଁ l ବସ୍ ଷ୍ଟପ୍ ଗେରୁଆ କଲର କିନ୍ତୁ ବସ୍ ର ଦେଖା ନାହିଁ। ତେବେ କାହା ପାଇଁ ବସ୍ ଷ୍ଟପ୍ ? ପ୍ରଶ୍ନ କରୁଛି ଜନତା ଆଉ ସବୁ ଜାଣି ଅଜଣା,ଅଞ୍ଚଳର ଜନପ୍ରତିନିଧି ? ସରକାର କା ମାଲ୍ ଦରିଆ ମେଁ ଡାଲ୍ କାର୍ଯ୍ୟକଳାପ ଆଉ କେତେ ଦିନ ବୋଲି ପ୍ରଶ୍ନ କରୁଛି ସାଧାରଣ ଜନତା, ଜବାବ ଦେବ କିଏ ? ଲୋକଙ୍କ ସରକାର ସମୟରେ ଲୋକଙ୍କୁ ସରକାରୀ ସେବା ଯୋଗାଇବାରେ ଫେଳ ମାରିଛି ଟୋପ ପଂଚାୟତ! ତେବେ କାହା ପାଇଁ ସରକାର ଙ୍କ କମ ମୂଲ୍ୟରେ ସେବା ଯୋଗାଇବା ଲଷ୍ମୀବସ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି!


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

