ବଡ଼ଦିନ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲିଗୁଡ଼ା,(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ଲକ ସଭା ଗୃହ ଠାରେ ବଡ଼ ଦିନ ଏବଂ ନୂତନ ବର୍ଷ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକରେ ବାଲିଗୁଡ଼ା ଅଞ୍ଚଳର ସମସ୍ତ ଧର୍ମର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ l ଏଥିରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ମଲ୍ଲିକ ଯୋଗ ଦେଇ ବଡ଼ଦିନ ଏବଂ ନୂତନ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା l ବିଶେଷ କରି ଖ୍ରୀଷ୍ଟଧର୍ମାଲମ୍ବଙ୍କ ଉଜାଗର ଓ ରାତ୍ରି ପ୍ରାର୍ଥନା ସମୟରେ ରାତ୍ରି କାଳୀନ ପେଟ୍ରୋଲିଂ ଏବଂ ପ୍ରତ୍ୟେକ ଚର୍ଚ୍ଚ ରେ ପୋଲିସ ର କଡା ପହରା ନିମନ୍ତେ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ ରଖାଯାଇଥିଲା l ଅପ୍ରତିକର ପରିସ୍ଥିତି ସୃଷ୍ଟି କରୁଥିବା ବ୍ୟକ୍ତି ଏବଂ ସୋସିଆଲ ମିଡିଆରେ ଧର୍ମ ବିରୋଧି ଉସକାଇଲା ଭଳି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ଆଲୋଚନା କରାଯାଇଥିଲା l ଏହା ପରେ ଉପସ୍ଥିତ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ବଡ଼ଦିନ ମାନଙ୍କ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକୁ ବୁଲି ପରିଦର୍ଶନ କରିବା ପାଇଁ ବାରଖମା ଖ୍ରୀଷ୍ଟିଆନ ସମାଜ ସଭାପତି ପ୍ରକାଶ କୁମାର ନାୟକ ପ୍ରସ୍ତାବ ରଖିଥିଲେ। ଏହି ବୈଠକ ରେ ବାଲିଗୁଡ଼ାର ସବୁ ଧର୍ମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

