ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଲିତ

ବରଗଡ:୨୦/୧୨(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ୨୫ ତମ ଶ୍ରାଦ୍ଧବାର୍ଷିକୀ ଆଜି ଡିସେମ୍ବର ୨୦ ତାରିଖ ଶନିବାର ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ପ୍ରକୃତି ବନ୍ଧୁ ସୁବାଷ ପ୍ରଧାନଙ୍କ ଆବାହକତ୍ୱରେ ସମାଜସେବୀ ଦଖିଳ ପ୍ରଧାନଙ୍କ ସଭାପତିତ୍ବରେ କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୂଖ୍ୟ ଅତିଥି ଭାବେ ରାମଚଣ୍ଡୀ ମନ୍ଦିର ସଭାପତି ସୁରେନ୍ଦ୍ର ସ୍ବାଇଁ, ମୁଖ୍ୟ ବକ୍ତା ସମାଜସେବୀ ଦିବାକର ପ୍ରଧାନ, ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ, ସମ୍ପାଦକ ସୁରେନ୍ଦ୍ର କଠାର,ଡମ୍ବରୁଧର ପଧାନ,ପିଣ୍ଟୁପ୍ରଧାନ,ସରୋଜ ଗଡତିଆ ପ୍ରମୁଖ ଉପସ୍ଥିତ ରହି ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଆଗାମୀ ନୂଆଁଖାଇ ଭେଟ୍ ଘାଟ୍ ଏବଂ ଜୟନ୍ତି ଖୁବ୍ ଧୁମଧାମରେ ପାଳନ କରାଯିବ ବୋଲିି ଏଥିରେ ଆଲୋଚନା କରାଯାଇଥିଲା।ଶେଷରେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ର କୋଷାଧ୍ୟକ୍ଷ ଦୁର୍ଲ୍ଲଭ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

