
ନୂଆପାଟଣା ଯୁବରାଜ କ୍ରିକେଟ କ୍ଲବ ଦ୍ୱାରା ଷଷ୍ଠ ତମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ।
ହିନ୍ଦୋଳ :20/12/2025ଢେଙ୍କାନାଳ ଜିଲ୍ଲା ରାସୋଳ ପଂଚାୟତ ନୂଆପାଟଣା ସ୍କୁଲ ଖେଳ ପଡିଆଠାରେ ଯୁବରାଜ କ୍ରିକେଟ କ୍ଲବର ଷଷ୍ଠ ତମ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜିର ଏହି ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥି ପୂର୍ବତନ ସମିତି ସଭ୍ୟ ଶ୍ରୀ ରବିନାରାୟଣ ପୃଷ୍ଟି ଏବଂ ସଂମ୍ମାନିତ ଅତିଥି ଯୁବରାଜ କ୍ରିକେଟ କ୍ଳବର ପୁରାତନ ସଭ୍ୟ ତଥା ଯୁବ ସମାଜସେବୀ ସୁବ୍ରତ ମହାପାତ୍ର ଯୋଗଦେଇ ଖେଳକୁ ଉଦ୍ଘାଟନ କରିବା ସହିତ ଦୁଇ ଦଳର ଖେଳାଳି ଏବଂ କ୍ଲବର ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ କିଛି ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ଦେଇ ଉଚ୍ଵାହିତ କରିଥିଲେ।

ଆଜିର ପ୍ରଥମ ମ୍ୟାଚ ଦୁଦୁରକୋଟ ଏକାଦଶ ଏବଂ ନାଧେରା ଏକାଦଶ ମଧ୍ୟରେ ଖେଳ ହେଉଥିବାବେଳେ, ଦୀପକ ନାୟକ ଓ ସମୀର କୁମାର ଙ୍କ ତତ୍ୱାବଧାନରେ ଏବଂ କ୍ଲବର ଯୁବ ସଦସ୍ୟମାନଙ୍କର ସହଯୋଗରେ ଟୁର୍ନାମେଣ୍ଟଟି ସୁଚାରୁରୂପେ ପରିଚାଳିତ ହେଉଥିବାର ଦେଖିବାକୁ ମିଳିଥିଲା ଏବଂ ଆଖ ପାଖ ଅଂଚଳରୁ ଶହ ଶହ ଦର୍ଶକ ଖେଳକୁ ଉପଭୋଗ କରୁଥିବାର ନଜିର ଆସିଥିବାବେଳେ, ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ 28ଡିସେମ୍ବରରେ ହେବବୋଲି କ୍ଲବ ତରଫରୁ ଘୋଷଣା ହୋଇଅଛି।
ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ




