*ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଷଷ୍ଠ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ*

ଭଟଲି (ଅଭିମନ୍ୟୁ ପଧାନ ):-ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜିରାତରା ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ମୂଲବାର କ୍ଲଷ୍ଟର ସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ କୈଳାସ ଭୁଏ ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଶିରିଶ ପୁରୋହିତ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଶିକ୍ଷାର୍ଥୀମାନଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଦାନ କରିବା ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସି ଆର ସି ସି ଜୟରାଜ ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରିଦର୍ଶନରେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ବରଗଡ଼ର ଶିକ୍ଷକ ପ୍ରଶିକ୍ଷିକା ରଶ୍ମିତା ସୁନା, ତନୁଶ୍ରୀ ତନୁଜା ନାଗ ଆସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୌଳିକ ସାକ୍ଷରତା ସହ ଭାଷା ଓ ସଂଖ୍ୟା ଜ୍ଞାନ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ଶିକ୍ଷୟିତ୍ରୀ ଯମୁନା ଭୁଏ,ଦ୍ରୌପଦୀ ବିଶ୍ଵାଳ,ଅରୁଣା ପଣ୍ଡା, ଶିକ୍ଷକ ଝସକେତନ ସେଠ,ହୃଦାନନ୍ଦ ବେହେରା ରାମଲାଲ ଭୋଇ, ଦଶରଥ ଗଡ଼ତିଆ, କମଳ ଲୋଚନ ପଟେଲ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଚନ୍ଦ୍ରକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।



