ଗୁରୁପୁଜନ ଓ ବନ୍ଧୁ ମିଳନ ଉତ୍ସବ ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି

ଯାଜପୁର – ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ହାବଳଗଣ୍ଡ ପାଟଣାର ବିକେବି ଉଚ୍ଚ ବିଦ୍ୟାଳୟ ର ୧୯୯୬ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଭାବରେ ବେଶ ଧୁମଧାମରେ ପାଳନକଲେ ଗୁରୁପୁଜନ।ପ୍ରଥମେ ଠାକୁର ଙ୍କ ପାଖକୁ ଯାଇ ପୁଜାର୍ଜନା କରି ଏକ ଶୋଭାଯାତ୍ରାରେ ଆସି ସ୍କୁଲପାଖରେ ପହଞ୍ଚିଲା ପରେ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜର ଗୁରୁ ବା ଶିକ୍ଷକ ମାନଙ୍କୁ ସିନ୍ଦୂର, ଚନ୍ଦନ ଓ ପୁଷ୍ପ ଗୁଛ ଦେଇ ଆଶ୍ରୀବାଦ ଭିକ୍ଷା ଲୋଡ଼ିଥିଲେ।ଏବଂ ଗୁରୁ ମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରୀବାଦ ଦେଇଥିଲେ।ପରେପରେ ପରୋଲୋକ ହୋଇଥିବା ସାର ମାନଙ୍କ ଉଦ୍ୟସରେ ନିରବ ପ୍ରାର୍ଥନା କରାଯାଇଥିଲା। ତାପରେ ସମସ୍ତ ସାର ମାନଙ୍କୁ ହାତ ଘଣ୍ଟା,ସାଲ,ପୁଷ୍ପ ଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା।ଏବଂ ସ୍କୁଲ ସହିତ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନେ ସେମାନଙ୍କର ଏତେ ବର୍ଷ ପରେ ପରେ ଏଭଳି ଭାବରେ କାହିଁକି ସମ୍ବର୍ଦ୍ଧନା ସଭା ଓ ଗୁରୁପୁଜନ କାର୍ଯ୍ୟ କ୍ରମ କଲେ ସେ ବିଷୟରେ ସେମାନଙ୍କ ର ମତ ପରିପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନେ ସେମାନଙ୍କର ଏତେ ସୁନ୍ଦର ଗୁରୁପୁଜନ ଓ ସମ୍ବର୍ଧନା ଉତ୍ସବ କଲେ ସମଗ୍ର ଅଞ୍ଚଳରେ ଆନ୍ଦନ ର ଲହରୀ ଖେଳିଯାଇଛି। ବହୁବର୍ଷ ପରେ ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଆନନ୍ଦର ସହ ମିଶି ଭୋଜନ ସହ କେକ କାଟି ,ନାଚି ଆନନ୍ଦର ସହ ଉପଭୋଗ କରିଥିଲେ।ସାର ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାହାସବିହାରୀ ମହାନ୍ତି, କରୁଣାକର ସାମଲ,ମିହୀରକୁମାର ବିଶ୍ଵାଳ, ହୃଷିକେଶ ସାହୁ, ଦିବାକର ଦାସ,ରବିନ୍ଦ୍ର କୁମାର ବେହେରା, ନିରଞ୍ଜନ ଦାଶ, ପ୍ରଫୁଲ୍ଲ କୁମାର ସୁତାର, ରତିକାନ୍ତ ଦାସ, ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ ବେହେରା,ରୋଜି ଦେହେରୀ, ପ୍ରଜ୍ଞା ରାଣୀ ଦାସ,ଶିକ୍ଷା କର୍ମଚାରୀ ପିତାମ୍ବର ରାଉତ, ଅର୍ଜ୍ଜନ ଚରଣ ପରିଡା,ଅନୁପ କୁମାର ପରିଡ଼ା ଯୋଗଦେଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପରିଡ଼ା,କିଶୋର କୁମାର ନାୟକ, ବିବେକାନନ୍ଦ ଦାଶ, ପ୍ରଶାନ୍ତ ପରିଡ଼ା, ବିଜୟାଲଖ୍ନି ଦାସ,ଝରଣା ସାମଲ,ଶଶାଙ୍କ ଶେଖର ପରିଡ଼ା ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ।




