ଢେଙ୍କାନାଳ ଓଷ୍ଠାର ୪୨ତମ ଶିଶୁ ଉତ୍ସବ

ଢେଙ୍କାନାଳ, ୨୪/୧୨: ଓଡିଶା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଠା) ଆନୁକୂଲ୍ୟରେ ୪୨ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ସ୍ଥାନୀୟ ଲକ୍ଷ୍ମୀଧର ମ୍ୟୁନିସିପାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ସଂଘର ସଭାପତି ଶ୍ରୀରାମ ରାଉତ ସଭାପତିତ୍ୱ କରିଥିଲେ । ପୂର୍ବହ୍ନରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥୁ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନୋଜ ରଞ୍ଜନ ଦଳେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଇଂଜିନିୟର ପ୍ରତାପ କୁମାର ବେହେରା ନିଜସ ଭାଷଣ ପ୍ରସଙ୍ଗରେ ଭଲ ମଣିଷ ହେବା ପାଇଁ ଏବଂ ପିତାମାତା ଗୁରୁଜନଙ୍କୁ ଭକ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥୁ ରୂପେ ମାନ୍ୟବର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ପ୍ରତିନିଧୁ ସତ୍ୟବାନ ପାତ୍ର ଏବଂ ସମରେନ୍ଦ୍ର ଶତପଥୀ ଯୋଗଦେଇ ଓଷ୍ଟା ଦ୍ବାରା ପିଲାମାନଙ୍କର ପ୍ରତିଭା ଅନ୍ଵେଷା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ସଂଘର ଉପସଭାପତି ପ୍ରମୋଦ କୁମାର ସାଇଁ, ଜିଲ୍ଲା ପୂର୍ବ ସଂପାଦକ ବିଭୂତି ସାମଲ, ଉପଦେଷ୍ଟ ତଥା ଜିଲ୍ଲା ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ଧଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ ଉପସ୍ଥିତ ରହି ଛାତ୍ର ଜୀବନରେ ଏହା ଏକ ସ୍ମରଣୀୟ ତଥା ଅଭୁଲା ସ୍ମୃତି ହୋଇ ରହିବ ବୋଲି ପିଲାମାନଙ୍କୁ କହିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଇକିଶ କୁମାର ବରାଳ ନିଜସ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବରେ ୧୦ ଗୋଟି ବିଷୟକୁ ନେଇ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ସ୍ଥାନ ଅଧୁକାର କରିଥିବା ଛାତ୍ରଛାତ୍ରୀମାନେ ହେଲେ ଯଥା-ତର୍କରେ ତରଭା ବଟବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶର୍ମିଷ୍ଠା ନାୟକ, ସାଧାରଣଜ୍ଞାନରେ ଗେଙ୍ଗୁଟିଆ ପଂଚାୟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିଶ୍ଵଜିତା ପ୍ରଧାନ, ବୁଦ୍ଧି ପରୀକ୍ଷାରେ କାମଧେନୁକୋଟ ଉଚ୍ଚ ବିଦ୍ୟାଳୟର ପ୍ରିନ୍ସେସ୍ ଙ୍ଖୁଟିଆ, ଏକକ ନୃତ୍ୟରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ସ୍ନେହଂଶୀ ମହାପାତ୍ର, ଗଛ ଲିଖନରେ ଦବାମନଜୀଉ ଉଚ୍ଚ ବିଦ୍ୟାଳୟର ଲୋପାମୁଦ୍ରା ସିଂହ, କବିତା ରଚନାରେ ପାରିକୂଳ ସରକାରୀ ଉଚ୍ଚ ବିଦ୍ୟାଳୟର ସୁପ୍ରିୟା ରାଉଳ, ଏକକ ଅଭିନୟରେ ଗେଙ୍ଗୁଟିଆ ଫଟାୟତ ଉଚ୍ଚ ବିଦ୍ୟାଳୟର ରିତେଶ ସାହୁ, କଣ୍ଠ ସଙ୍ଗୀତରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ଶୀତଲ ପରିଜା, ଚିତ୍ରାଙ୍କନରେ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରୀ ରୁକ୍ସାର୍ ନର୍ଗିସ୍ ଏବଂ ଆବୃତିରେ ପଂଚାୟତରାଜ ଉଚ୍ଚ ବିଦ୍ୟାଳୟ କାନପୁରାର ଦିବ୍ୟସାରଥୀ ପାତ୍ର ପ୍ରମୁଖ କୃତୀତ୍ବ ଅର୍ଜନ କରିଛନ୍ତି । ଏହି ବିଜେତାମାନେ ଚଳିତ ମାସର ୨୬ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ କଟକର ନୟାସଡକ ଠାରେ ଯୋଗଦାନ କରିବେ । ସଂଘର ସଂପାଦକ ଶଶ୍ରୀକାନ୍ତ ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରତିଯୋଗୀତାରେ ଅଭିଜ୍ଞ ବିଚାରକମାନେ ମୂଲ୍ୟାଙ୍କନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟା ସଂଘର କୋଷାଧ୍ଯକ୍ଷ ଅଶୋକ କୁମାର ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କର ସଫଳ କାମନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସଂଘର ମାର୍ଗଦର୍ଶକ ସରୋଜକାନ୍ତ ଦାଶ, ପୂର୍ବତନ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ପୂର୍ବତନ ସଂପାଦକ ଦୁର୍ଗା ଚରଣ ମହାପାତ୍ର ମଂବାସୀନ ଥିଲେ ।ସୁରେଶ ଚନ୍ଦ୍ର ପରିଡା, ଅଶ୍ବିନୀ ପଣ୍ଡା, ଗୀତାଞ୍ଜଳି ବରାଳ, ତୃପ୍ତିମୟୀ ସାହୁ, ଅଶ୍ବିନୀ ରାୟ, ପ୍ରେମାନନ୍ଦ ଜେନା, ଗିରିଶ ଚନ୍ଦ୍ର ବେହେରାଙ୍କ ସମେତ ଆଠଗୋଟି ବ୍ଲକ୍ର କର୍ମକର୍ତା ଯୋଗଦାନ କରିଥିଲେ । ସୁରେଶ ବିଶ୍ଵାଳ ଓ ଗଜେନ୍ଦ୍ର ନାୟକଙ୍କ ସମେତ ହିନ୍ଦୋଳ ବ୍ଳକ୍ ଓଷ୍ଟାର ସଭାପତି ପବିତ୍ର ପ୍ରଧାନ ଏବଂ ପ୍ରଭାସ ଘଡେଇ ସବୁ ପ୍ରକାର ଆୟୋଜନରେ ସହଯୋଗ କରିଥିଲେ | କଙ୍କଡାହାଡ ବ୍ଲକ୍ ସଂପାଦକ ଦିଲ୍ଲୀପ କୁମାର ମାଝୀ ସଂଯୋଜନା କରିଥିଲେ । କୁନୁଅଁ ସାହୁ, ଅରକ୍ଷିତ ସାହୁ ଏବଂ ସତ୍ୟବ୍ରତ ପାତ୍ର ଉପସ୍ଥିତ ଥିଲେ । ଏହି ବିଦ୍ୟାଳୟର ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ସନ୍ତୋଷ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ ।



