ଭୁବନେଶ୍ବର: ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି। ଏହା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟ ସରକାର ଏହି ୩ଟି ସୁନା ଖଣିକୁ ନିଲାମ କରିବେ। ନିଲାମ ପ୍ରକ୍ରିୟା ଚାଲିଛି। ଏ ନେଇ ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ କିପରି ଠିକ୍ ଭାବେ ହେବ ସେ ନେଇ ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ, ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ (ଜିଏସଆଇ) ସଂସ୍ଥା ରାଜ୍ୟର କେତେକ ସ୍ଥାନରେ ସୁନା ଖଣି ରହିଥିବା ଚିହ୍ନଟ କରିଛି। ସେସବୁକୁ ୨୦୨୬ ସୁଦ୍ଧା ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

